STORYMIRROR

Chittaranjan Nanda

Action Classics Inspirational

4  

Chittaranjan Nanda

Action Classics Inspirational

ପ୍ରଜ୍ଜ୍ବଳିତ କର ବିପ୍ଳବର ଦୀପ ଶିଖ

ପ୍ରଜ୍ଜ୍ବଳିତ କର ବିପ୍ଳବର ଦୀପ ଶିଖ

1 min
261


ପଠନ କରିଛି ଭାଗବତର ରଚୟିତା

ଜଗନ୍ନାଥ ଦାସଂକ ଲେଖିବା କଥା

"ମନୁଷ୍ଯ ଦେହେ ଦିବ୍ୟ ଗ୍ୟାନ,

ଦେଖି ସନ୍ତୋଷ ଭଗବାନ" ର ବାର୍ତ୍ତା l


ସେ ବାର୍ତ୍ତା ଶିଖାଏ ତ ମନୁଷ୍ଯ ବିଚାର, 

ବିବେକ, ପ୍ରଜ୍ଞା, ଧୀମତ୍ତାର ଅଧିକାରୀ

ମଣିଷ ଶ୍ରେଷ୍ଠଜୀବ, ଭଗବାନଂକ ଅଂଶର

ରୂପ ପ୍ରକାଶ କରଇ ଭାବକୁ ଧରି l


ସରଳ ଆଦିମ ମାନବ ଅତି ପବିତ୍ରତା ସହିତ 

ପ୍ରକୃତିକୁ ପୂଜି ପାଉଥିଲେ ଶାନ୍ତି  

ଆଜିର ମାନବ ଭଗବତ୍ ସତ୍ତାକୁ ମନ୍ଦିର ଭିତରେ

ବାନ୍ଧି, ପ୍ରକୃତି ପ୍ରତି ମମତାକୁ ନେଲେ ଲୁଟି।


ଶୋଷଣ ନଥିଲା ଆଦିମ ମାନବ କାଟି ପିନ୍ଧୁଥିଲା 

କୁଟି ଖାଉଥିଲା, ମନେ ଥିଲା ହରଷ

ଜଂଗଲ ରହିଥିଲା, ସ୍ୱାର୍ଥ ନଥିଲା, ଖଟି ଖାଉଥିଲା

ନଥିଲା କାହା ଉପରେ ତାର ରୋଷ l


ଓଁ ଶୁଭ ଲାଭର ସଂସ୍କୃତି, ଅର୍ଥ ଓ ପୁଂଜିବାଦୀ ତତ୍ତ୍ୱ

ମଣିଷତ୍ୱର ସରଳତା ସମ୍ପୂର୍ଣ୍ଣ କରିଛି ଧ୍ୱଂସ

ଆଜିର ସ୍ବାର୍ଥପରତା, ମଣିଷତ୍ୱରେ ଥିବା ଚିର ନିତ୍ୟ

ଶାଶ୍ୱତ ପ୍ରେମକୁ କରି ଦେଇଅଛି ଶେଷ l


ଆଜିର ଶାସକ, ନେତା ଓ ତାଂକ ଗୋଡାଣିଆ 

ଯେତେ ଭାଷଣ କେବଳ ଦିଅନ୍ତି 

ଡ୍ରାମାବାଜୀ ମନ୍ଦିର ନାମରେ ଅଳଙ୍କାର ଅବା 

ଉପମା ଲଗାଇ ଧ୍ୱଂସ କରି ଚାଲିଛନ୍ତି l


ସମାଜ ଭିତରେ ଅନେକ ମଣିଷ ସାହିତ୍ୟ ସ୍ରଷ୍ଟା,

ଦାର୍ଶନିକ ତାଙ୍କ କଲମର ମୁନରେ 

ମାର୍ଗ ଦେଖାଇଛନ୍ତି, ପ୍ରଜ୍ଜ୍ବଳିତ କରିଛନ୍ତି ସେଇ

ବିପ୍ଳବର ଦୀପ ଶିଖା ଆମ ସମାଜରେ ll


Rate this content
Log in

Similar oriya poem from Action