STORYMIRROR

Judhisthir Majhi

Abstract Action Inspirational

3  

Judhisthir Majhi

Abstract Action Inspirational

ହେ ଦୟାମୟ

ହେ ଦୟାମୟ

1 min
341

ହେ ଭଗବାନ

ଏ ମନ ଏ ଶରୀର

ସବୁ ତ ତୁମରି ଦାନ


ଯାହାକିଛି ଦେଖୁଛି

ମୋର ମୋର କହୁଛି

ସେ ସବୁ ତମ ହସ୍ତର

ମାୟା ଜାଳ ରହିଛି


ଆଜିର ମଣିଷ ଖୋଜୁଛି

ବିଜ୍ଞାନର ବାସ୍ତବିକ

ତା ମନରେ ନାହିଁ

ଈଶ୍ବରଙ୍କ ଅସ୍ତିତ୍ୱ


କେତେକ ଜନ

ବିପତ୍ତି କାଳେ ହେ ଭଗବାନ

ମୋର ଏ ଇଚ୍ଛା କର ପୂରଣ

ଯାହା ମାଗିବ ତା ତମ ପାଦେ

ଖୁସିରେ କରିବି ଅର୍ପଣ


ଆଜିର ମଣିଷ କହୁଛି

ଏ ତ ବିଜ୍ଞାନର ଯୁଗ

ନିଜ ଜ୍ଞାନ ବଳରେ

ଜାଣି ପାରିଛି ସହଜରେ

ଅତୀତ, ବର୍ତ୍ତମାନ,ଭବିଷ୍ୟତ


ତା ପଛରେ ଅଛି ଉନ୍ନତତର

ମସ୍ତିଷ୍କର କମାଲ

ଏ କମାଲ ତ ଈଶ୍ୱରଙ୍କ

ବରଦାନର ପୁଷ୍ପମାଳ


ଶୁଦ୍ଧ ପୂତ ହୁଏ ଏ ମନ ଶରୀର

ଦୂରୀଭୂତ ହୁଏ ହଁ ରୋଗ ବେମାର

ଅସାଧ୍ୟ ବି ହୁଏ ସାଧ୍ୟ ଆଶିଷ କଲେ ଈଶ୍ୱର

ପଥରେ କମଳ ଫୁଟିଥାଏ

କଲେ ସେ ଚମତ୍କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract