STORYMIRROR

Judhisthir Majhi

Abstract Others

3  

Judhisthir Majhi

Abstract Others

ଡାଳଗୁମା ତା'ର ନାଆଁଟି

ଡାଳଗୁମା ତା'ର ନାଆଁଟି

1 min
134

ଆଜିବି

ଭୂଗୋଳ ପୋଥି ପତରେ

ନାହିଁ ତା'ର ନାଆଁଟି,

ଆଜିବି

ଗୁଗୋଳ ମେପ୍ସ ଭିତରେ

ନାହିଁ ତା'ର ନାଆଁଟି ।।


ଭଲ ଲାଗେ ଗାଆଁ ନଈ

ଆମ୍ବ ବଗିଚାର ଛାଇଁ

ଭଲ ଲାଗେ ନଈ କୂଳ

ନାଚୁଥାଏ ଡେଇଁ ଡେଇଁ


ଭଲ ଲାଗେ ଗାଁ ମନ୍ଦିର

ସୁସଜ୍ଜିତ ଚାଷ କ୍ଷେତ

ଭଲ ଲାଗେ ପଡୋଶୀ ଘର

ପ୍ରେମ ଭରା ମିଠା ସମ୍ପର୍କ


ଚିହ୍ନା ପରିଚିତ

ସବୁ ଲୋକବାକ

ଗୋଟେ ପରିବାର ପରି

ବିପଦ ଆପଦେ

ପର୍ବପର୍ବାଣୀରେ

ହୋଇଥାନ୍ତି ଏକ ମେଳି


ଭଲ ଲାଗେ ଗାଈ ଗୋଠ

ବଟବୃକ୍ଷେ ବନ୍ଧା ଦୋଳି

ଭଲ ଲାଗେ ବଣ କୋଳି

ଠେକୁଆ ଗୁଣ୍ଡିଚା ଭେଲୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract