Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Abstract Action Classics

4  

Judhisthir Majhi

Abstract Action Classics

ଅସରନ୍ତି ଖୁସି (ଓଡିଆ ସନେଟ)

ଅସରନ୍ତି ଖୁସି (ଓଡିଆ ସନେଟ)

1 min
389


ଟିପି ଟିପି ବରଷା ଯେ ଦିଅଇ ଆନନ୍ଦ

ନାଚି ଉଠେ ଦେହ ମନ ପୁଣି ଏ ହୃଦୟ

ମନେ ପଡେ ମତେ ପୁଣି ପିଲା ଦିନ କଥା

ଖେଳୁ ଖେଳୁ ପଡିଯାଏ ଖସି ପଡି ପାଦ l


କହୁଥିଲେ ବାପା ମାଆ ଥାଉ ଏତେ ପୁଅ

କିନ୍ତୁ ଆଜି ବରଷାରେ ଝରେ ନେତ୍ରେ ଲୁହ

ପାରେନାହିଁ ମନ କଥା କାହାକୁ ଯେ କହି

ହସ ନାହିଁ ଖୁସି ନାହିଁ ଜୀବନ ବିଷଦ l


କେତେ ଦୁଃଖ କେତେ କଷ୍ଟ ଅଛି ହୃଦୟରେ

ମିଛଟାରେ ସିନା ହସେ ଏହି ଦୁନିଆରେ

ଲକ୍ଷ ଲକ୍ଷ ଆପଣାର ଅଛନ୍ତି ଜଗତେ

ଏକା ମନେ ହୁଏ ପୁଣି ଲୋକଙ୍କ ଭିଡ଼ରେ l


କେତେ ଦିନ କେତେ ରାତି କଟିବ ଏମିତି

କେବେ ଫେରି ଆସିବ ହେ ଅସରନ୍ତି ଖୁସି



Rate this content
Log in

Similar oriya poem from Abstract