Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Tragedy

3  

Judhisthir Majhi

Tragedy

କିଛି କହିବାର ଅଛି

କିଛି କହିବାର ଅଛି

1 min
163


ହେ ସହରୀ ବାବୁ

ବଣ ଜଙ୍ଗଲର ପ୍ରକୃତି

ଭଲ ଲାଗୁଛି ତୁମକୁ  

ବୁଲି ବୁଲି ପଥର  ଗଛ ନଈ

ଫଟୋ ନେଉଛ ନିଜକୁ ।


ଠିକ୍ ଅଛି ଏଥିରେ

ତମେ ଭଲ କରୁଛ

କିନ୍ତୁ

ବଣ ଭୋଜି କରି

ଖଲି ଦନା ଏଣେତେଣେ

କାହିଁ ଫିଙ୍ଗୁଛ 

ସୁନ୍ଦର ପରିବେଶକୁ

ଏତେ କାହିଁ ନଷ୍ଟ କରୁଛ ।


ହୁଏତ

ଏ ସବୁ ତମକୁ

ଭଲ ଲାଗୁ ଥାଇପାରେ

ହେଲେ...

ଭଲ ଲାଗୁନି ଆମକୁ

ତମ ପ୍ରତି ଘୃଣାଭାବ ଆସି ଯାଉଛି 

ହେଲେ କାହିଁକି କାହିଁକି କାହିଁକି ?

କହି ପାରିବ କି ?


ଏ ଗାଁ ଦିନେ ନା ଦିନେ

ସହର ହେବ

କିନ୍ତୁ

କାହିଁକି

ବୋଧେ

ଏ ପ୍ରଶ୍ନର ଉତ୍ତର

ତମ ପାଖେ ରହିଛି ।


ଆଊ କେବେ

ଯଦି ଆସୁଛ

ଟିକେ ଧ୍ୟାନ

ଦେବାକୁ ଅନୁରୋଧ 

ସ୍ୱଚ୍ଛ ଆଉ ପରିଷ୍କାର ରହୁ

ଆମ ପରିବେଶ ।


ଆମ ଖୁସିରେ କ'ଣ

ତମେମାନେ ଖୁସି ନୁହେଁ କି ?



Rate this content
Log in

Similar oriya poem from Tragedy