STORYMIRROR

Judhisthir Majhi

Abstract Tragedy Fantasy

3  

Judhisthir Majhi

Abstract Tragedy Fantasy

ଖରା ଦିନ ଆଗମନ

ଖରା ଦିନ ଆଗମନ

1 min
200

ସରିଲା ଫଗୁଣ

ଆସିଲା ଚୈତ

ଖରା ଦିନ ଆଗମନ

ମହୁଲ ଝରେ

ପଲାଶ ହସେ

ହସଇ ଧରଣୀ ମନ ।


ପାଚିଲା କେନ୍ଦୁ

ଗୁଣ୍ଡୁଚି ମୂଷା

ଡେଇଁ ଖେଳୁଛି ଖେଳ,

ପାଟିକୁ ସ୍ବାଦ

ଲାଗଇ ସତେ

ସଜନା ଛୁଇଁ ବଉଳ ।


ଗରମ ଦିନ

ଝାଞ୍ଜି ପବନ

ଦେହ ବିଚଳିତ ରଖେ

ପଇଡ଼ ପାଣି

କମଳା ରସ

ଏହି ମନ ନିତି ଖୋଜେ ।


ଆମ୍ବ ଗଛ ଛାଇ

ଗୀତ ଗାଇ ଗାଇ

ସେଠି ବସି ଶୋଇପଡେ

ଦେହକୁ ସୁସ୍ଥ

ରଖିବ ବୋଲି

ନଈ ପାଣି ନିତି ଗାଧେ।


ଲାଲ ରଙ୍ଗେ ରଙ୍ଗେ

ପଲାଶ ବନ ଯେ

ଦିଶୁଥାଏ ମନଲୋଭା

ସହରୀ ଜୀବନ

ହୋଇଥିଲେ ମୋର

କେମିତି ଦେଖନ୍ତି ଅବା


ଏସି ଘରେ ରହି

ମୁଁ ସୋଫାରେ ବସି

ବାହ୍ୟ ଜଗତକୁ

ଦେଖି ନ ପାରିକି

ଲୁହ ଝରନ୍ତା ଖସି।


ଧନ୍ୟ ପ୍ରଭୁ ଯୋଉ ଜଗତେ

ତମେ ଆଣି ରଖିଛ ମତେ

ସବୁକିଛି ମନଭରି ଦେଖେ

ସରଗ ପରି ଲାଗୁଛି ମତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract