STORYMIRROR

Judhisthir Majhi

Abstract Classics Inspirational

4  

Judhisthir Majhi

Abstract Classics Inspirational

ମାଆ ଫେରି ଆସ ତୁମେ

ମାଆ ଫେରି ଆସ ତୁମେ

1 min
319

ମାଆ ପରି ଆଉ କିଏ

ଜଗତରେ ହେବ,

ମାଆର ଭଲ ପାଇବା,

ସ୍ନେହ ମମତା, ସହନଶୀଳତା

ନିରନ୍ତର ମନେ ରହିବ।


ମାନୁଛି ଆଜି ତୁମେ ନାହଁ

ଏ ଜନମ ମାଟିରେ

ତଥାପି ତମ ସ୍ମୃତି

ଏହି ହୃଦୟରେ।


କେତେ ଅଳିଝଟ, 

ହୋଇଛି ତୁମେ ପାଖେ

ଗୋଟି ଗୋଟି ସବୁ

ଆଜିବି ମନେ ପଡେ


ମଥାରେ ଧୂଳି ବୋଳି

ଦାଣ୍ଡରେ ଖେଳୁଥିଲି

ମା ଘରକୁ ଡାକି ଆଣୁଥିଲ

ଟାଣି ଟାଣି ମୋ ହାତ ଧରି ।


ମୋ ଆଖିର ସପନ

ହୃଦୟ ଆକାଶର

ପୂନେଇଁ ଜହ୍ନ,

ଖରାରେ ବେଶୀ ଖେଳିଲେ ତୁ

ଶୁଖିଯିବ ଚାରୁ ବଦନ। 


କେମିତି ହେଲା କାଳିଆ ନିଷ୍ଠୁର ?

ମୋ ପାଦରେ ଟିକେ

ଫୁଟିଗଲା କଣ୍ଟା

କାନ୍ଦୁଥିଲା ଯା' ହୃଦୟ

କେମିତି ସେ କହ

ଏକା କରି ମତେ

ମୋ ଜୀବନରୁ

ନେଇଗଲା ବିଦାୟ।


କେମିତି ଭୁଲିବି ସେ ପିଲା ଦିନ

କହୁଥିଲେ ମତେ ସୁନା ନନ୍ଦନ

ଯାହା ପାଇଁ ଖୁସିଥିଲି ନିରନ୍ତର

ଯାହା ପାଇଁ ମନୋହର ଥିଲା ଭୁବନ।


ଆକାଶର ଜହ୍ନ ଦେଖେଇ ମତେ

ଆଉ ଟିକିଏ ଖାଇବାକୁ କହୁଥିଲା ଯିଏ

ପୁଅକୁ ଦୁଃଖତ ଦେଖିଲେ

ଲୁହରେ ଭିଜୁଥିଲା ଯିଏ।


ଦୁନିଆରେ ମିଳେ

ଟଙ୍କା ସୁନା, ହିରା ମୋତି,

ଦାମି ଦାମି ଜିନିଷ

ଆଉ କୋଠାଘର

ମାଆ ପ୍ରେମ ପାଖରେ

ସେ ସବୁ ବେକାର


ସବୁବେଳେ ମାଆ ତୁମକୁ

ଅନୁଭବ କରେ

ଦେଖିପାରୁ ନାହିଁ ସିନା

ତୁମେ ଅଛ ମୋ ପାଖରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract