STORYMIRROR

Judhisthir Majhi

Abstract Action Fantasy

3  

Judhisthir Majhi

Abstract Action Fantasy

ଲୁହ ହେଉ ଖୁସିର କାରଣ

ଲୁହ ହେଉ ଖୁସିର କାରଣ

1 min
178

ହଁ, ମୁଁ ମାନୁଛି

ମୋ ଆଖିରେ ଲୁହ ନାହିଁ ।

ହେଲେ... ନିରନ୍ତର କହିବି ।

ମୋ' ଠାରୁ ବେଶି ଦୁଃଖରେ

ଦୁନିଆରେ ଆଉ କେହି ନାହିଁ ।


ଯନ୍ତ୍ରଣା ଆଉ କଷ୍ଟକୁ

ସାଇତି ରଖିଛି ହୃଦୟରେ ।

ସମସ୍ତେ ଭାବୁଛନ୍ତି

ରହିଛି ବହୁତ ଖୁସିରେ ।


ସତରେ,

ଏ ଜଗତ ଏକ ରଙ୍ଗମଞ୍ଚ

ଅଭିନୟ କରୁଛି,

ସକାଳ ସଞ୍ଜ ନିରନ୍ତର 

ଭଗବାନ ବୋଧେ ଦେଇଛନ୍ତି

ମତେ ଏହି ଅଧିକାର ।


ପଙ୍କଜରୁ ଉଠି ବି ପଦ୍ମ ସୁନ୍ଦର

ହେଲେ

କୋଇଲାରୂ ହୀରା ହେବା

ଏତେ ବି ନୁହେଁ ସହଜ ।


ସତତ କରୁଥିବି ଉଦ୍ୟମ

କାଳେ ମିଳିଯିବ କର୍ମର ଫଳ, 

ହସି ଉଠିବ ମୋ ଜୀବନ,

ଲୁହ ହେଉ ମୋ ଖୁସିର କାରଣ ।



Rate this content
Log in

Similar oriya poem from Abstract