STORYMIRROR

Judhisthir Majhi

Abstract Classics Inspirational

4  

Judhisthir Majhi

Abstract Classics Inspirational

ଗୁରୁବାର ବଜାର

ଗୁରୁବାର ବଜାର

1 min
242

ସକାଳଠୁ ସଞ୍ଜ ବସେ

ଏହି ବଜାର

କୋଳାହଳ ଲୋକପୂର୍ଣ୍ଣ

ହୁଅନ୍ତିନି କେବେ,

ଘର କାମ ସାରି

ଧିମି ଧିମି ଲୋକେ ଆସନ୍ତି

ଦୋକାନୀ ଖୁସି ହୁଏ ତେବେ ।


ଭବାନୀପାଟଣା

ଶଗଡା ପଞ୍ଚାୟତ

ନିରନ୍ତର ଲୋକେ

ଆତଯାତ,

ଦୋକାନୀ କହେ

କାହାକୁ ମାମୁଁ

କାହାକୁ ମଉସା

ସବେ ପରିଚିତ।


ଆସେ ପରିବା ବାଲା

ଆସେ କପଡା ବାଲା

ବଜାରକୁ ଆସେ ନକି ତବଲା, 

ଆସେ ବାରିକ ବାଲା

ଆସେ ଘଣ୍ଟା ବାଲା

ସିଙ୍ଗଡା ବରା ଖାଇଲେ

ମନ ଖୁସି ମନେ ଭଲା।


ଅଠେଇଶ ଗାଁକୁ ନେଇ

ପଞ୍ଚାୟତ ଗୋଟିଏ, 

ପର୍ବପର୍ବାଣୀ ଆସିଲେ

ବଜାରଟା ଜମିଥାଏ, 

ସରିଯାଏ ଦୋକାନୀର

ସବୁ ଜିନିଷ, 

ଖୁସିରେ ଘରକୁ ଫେରିଯାଏ।


ରୋମିଓ ପିଲାଏ

ବୁଲୁଥାନ୍ତି ଘୁରି ଘୁରି,

ଫୁରଲି ଝରଣ

ଆସୁଥିବା ଲୋକେ

ଯାଆନ୍ତି ବଜାରର

ଗୁଣ ଗାନ କରି ।


ଏହି ବଜାର ଆସିଲା ଦିନୁ

ସଭିଏଁ ଗାଁ ଲୋକେ ଖୁସି,

ଟାଉନ ଯିବାକୁ ପଡୁନି

ଅଟୋ ବା ବସରେ ବସି।


ବଜାର ଦିନେ

କେତେ ପ୍ରିୟଜନ

ହୋଇଥାନ୍ତି ଭେଟ,

ମନର ଦୁଃଖ

ହାଲୁକା ଲାଗେ

କରିଦେଲେ ଗପ ସପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract