STORYMIRROR

Judhisthir Majhi

Abstract Classics Inspirational

4  

Judhisthir Majhi

Abstract Classics Inspirational

ଡାଳଗୁମା ଗାଆଁଟି ମୋର

ଡାଳଗୁମା ଗାଆଁଟି ମୋର

1 min
363

ଆଜିବି

ଭୂଗୋଳ ପୋଥି ପତରେ

ନାହିଁ ତା'ର ନାଆଁଟି,

ଆଜିବି

ଗୁଗୋଳ ମେପ୍ସ ଭିତରେ

ନାହିଁ ତା'ର ନାଆଁଟି ।


ଭଲ ଲାଗେ ଗାଆଁ ନଈ

ଆମ୍ବ ବଗିଚାର ଛାଇଁ

ଭଲ ଲାଗେ ବାଲି ତଟ

ନାଚୁଥାଏ ଡେଇଁ ଡେଇଁ।


ଭଲ ଲାଗେ ଗାଁ ମନ୍ଦିର

ସୁସଜ୍ଜିତ ଚାଷ କ୍ଷେତ

ଭଲ ଲାଗେ ପଡୋଶୀ ଘର

ପ୍ରେମ ଭରା ମିଠା ସମ୍ପର୍କ ।


ଚିହ୍ନା ପରିଚିତ

ସବୁ ଲୋକବାକ

ଯୌଥ ପରିବାର ପରି

ବିପଦ ଆପଦେ

ପର୍ବପର୍ବାଣୀରେ

ହୋଇଥାନ୍ତି ଏକ ମେଳି ।


ଭଲ ଲାଗେ ଗାଈ ଗୋଠ

ବଟବୃକ୍ଷେ ବନ୍ଧା ଦୋଳି

ଭଲ ଲାଗେ ବଣ କୋଳି

ଠେକୁଆ ଗୁଣ୍ଡିଚା ଭେଲୀ ।


ଭଲ ଲାଗେ କୋଇଲି ଗୀତ

ଭଲ ଲାଗେ ମୂରଲୀ ସ୍ବନ

ଭଲ ଲାଗେ ଗାଆଁ ମେଳା

ଭଲ ଲାଗେ ପାରା ଦର୍ଶନ ।


ଭଲ ଲାଗେ ସ୍ବଚ୍ଛ ପରିବେଶ

ଭଲ ଲାଗେ ବାଉଁଶ ବନ

ମନରେ ଖୁସି ଭରିଦିଏ

ମୋ ପଲ୍ଲୀର ମାଟି ପାଣି ପବନ ।



Rate this content
Log in

Similar oriya poem from Abstract