ବର୍ଷା ର ଆଗମନେ
ବର୍ଷା ର ଆଗମନେ
ଘୋଟି ତ ଆସିଲେ ଆକାଶରେ
କାହିଁ କେତେ କଳା ବାଦଲ,
ଘଡଘଡିର ଗର୍ଜନରେ
ସଭିଁଏ ହୋଇଲେ ଆକୁଳ ।
ଚକ୍ ଚକ୍ ବିଜୁଳିର ଆଲୋକ
ମନେ ଆଣି ଦେଲା ଭୟର ସଞ୍ଚାର,
ଉଡି ଆସିଲେ ବିହଙ୍ଗ ଦଳ
ସଭିଁଏ ଫେରିଲେ ନିଜ ନିଜ ଘର ।
ଶୁଷ୍କ ତରୁ ଲତା ସବୁ
ଖୁସି ରେ ଉଠିଲେ ନାଚି,
କାହିଁ କେତେ ଦିନୁ ଉତ୍ତପ୍ତ ଖରାରେ
ଦେହ ତାଙ୍କ ଯାଇ ଥିଲା ଶୁଖି ।
ବିନ୍ଦୁ ବିନ୍ଦୁ ବରଷା ଜଳ ଯେବେ
ଭୂଇଁରେ ଗଲେ ଲୋଟି,
ସେ ମାଟିର ବାସ୍ନା ପରା ମନକୁ ମୋହେ
ଭରି ଦିଏ ଆତ୍ମତୃପ୍ତି ।
ରଡ଼ି ଛାଡ଼ି ବେଙ୍ଗୁଲି କୁହେ ସତେ
ଭିଜେଇ ଦିଅ ହେ ବରଷା ରାଣୀ,
କାହିଁ କେତେ ଦିନୁ ପାଇ ନାହୁଁ
ଖେଳ ବୁଲା ପାଇଁ ଟିକେ ପାଣି ।
କୃଷକ ମନେ ମନେ ହୁଏ ଯେ ଖୁସି
ଧାନ ବିଲ ତ
ାର ଯାଇ ଥିଲା ଶୁଖି,
ଆସିଲା ବରଷା ନେଇ ନୂଆ ଆଶା
ମେଣ୍ଟି ଯିବ ଆଜି ସଭିଁଙ୍କ ତୃଷ୍ଣା ।
ଦେଖି ଆକାଶରେ କଳା ହାଣ୍ଡି ମେଘ
ମୟୂର ହେଲା ଖୁସିରେ ବିଭୋର,
ନାଚି ତ ଉଠିଲା ମେଲାଇ ତାର
ଅପୂର୍ବ ସେ ସୁନ୍ଦର୍ ପୁଚ୍ଛ ।
ବରଷା ଆସିଲା ଆଜି
ଖୁସିର ଲହରୀ ନେଇ,
ଶୁଷ୍କ ଫୁଲ, ମନ ସବୁ
ଉଠିଲେ ସତେଜ ହେଇ ।
ବରଷାରେ ଭିଜିବାକୁ
କରେ ଜିଦି କୁନି ଝିଅ,
ମା ତାର ଗାଳି କରେ
କୁହେ ଥୟ ଧରି ରୁହ ।
ବରଷା ରେ ଭିଜି ପାଇବା ସିନା
କିଛି ସମୟର ମଜା,
ପରେ ପୁଣି ମିଳିବ ଯେ
ଅନେକ ରୋଗର ସଜା ।
ବରଷା ଯେ ଅତି ଦରକାରୀ
ଜୀବ ଜଗତ ପାଇଁ,
ବହୁଳ ବରଷା ଯେ ଆଣେ
ବନ୍ୟା ର ବିପଦ ନେଇ । । ।