ଛନ୍ଦ୍ମବେଶୀ
ଛନ୍ଦ୍ମବେଶୀ
1 min
190
ଦୁନିଆରେ ଏଠି କିଏ ବା ନିଜର
ସମୟ ଆସିଲେ ରକ୍ତ ବି ରକ୍ତକୁ କରେ ପର ।
ସ୍ୱାର୍ଥ, ଲୋଭ କରେ ମଣିଷକୁ ଦୋଷୀ,
ଶତ୍ରୁ ଠୁ ମିତ୍ର ଯାଏ ସବୁ ଜଣେ ଜଣେ ଛଦ୍ମବେଶୀ ।
ସତ୍ୟ, ନ୍ୟାୟର ମୁଖା ପିନ୍ଧି,
ମନକୁ ଆମ ନିଅନ୍ତି ଜିଣି ।
ସମୟ ଆସିଲେ ମୁଖା ଯାଏ ଖୋଲି,
ହେଲେ ଛଳନାର ବନ୍ଧୁତା ବିପଦକୁ ନିଏ ଠେଲି ।
ଛଦ୍ମବେଶେ ରାବଣ ଯେ କରିଥିଲା ଭିକ୍ଷାପାତ୍ର,
ଲକ୍ଷ୍ମଣର ତିନି ଗାର ଡେଇଁ ବିପଦେ ପଡ଼ିଥିଲେ ସୀତା ମାତ।
ଅନ୍ୟାୟର ମହାଦ୍ରୁମ ତଳେ ଏଠି ନ୍ୟାୟର ତୃଣ ଯାଏ ଶୁଷ୍କ ହେଇ,
ଛଦ୍ମବେଶୀ ସମ୍ପର୍କ ଏଠି ସ୍ନେହ,ପ୍ରେମକୁ ନିଏ ଧୋଇ ।
ଛଳନାର ମୁଖା ପିନ୍ଧା ମଣିଷଠୁ ରୁହ ଦୂରେଇ,
ନିଜ ଜୀବନ ଚଲାପଥେ ନିଜ ବୁଦ୍ଧିରେ ହୁଅ ବାଟୋଇ । ।