Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Fantasy Others

3  

Anita Jena

Abstract Fantasy Others

ମୋ ପିଲାଦିନ

ମୋ ପିଲାଦିନ

1 min
278


ସେଇ ମୋର ଗାଁ

     ମନରେ ଲେଖା ତାର ନାଁ

ସେଇ ପିଲା ଦିନ

      ରାଗ, ଅଭିମାନ

ମନେ ପଡେ ଆଜି ପୁରୁଣା ଦିନ ।


ସାଙ୍ଗ ସାଥି ମେଳ

     ବୋହୂ ବୋହୁକା ଖେଳ

କେମିତି ଭୁଲିବି କହ

    ସେଇ ଆମ୍ବ ତୋଟା ମୂଳ ।


ଇଚ୍ଛା ହୁଏ ଆଜି

   ସେ ପିଲାଦିନ ଫେରି ପାଇ

ଆଉ କିଛି ସ୍ମୃତି

    ନେବି ମୁଁ ସାଉଁଟି ।


ସେଇ ପାଠଶାଳା

    ପାଠଶାଳାର ଗୁରୁଜୀ

ଖେଲଛୁଟିରେ ପିଜୁଳି ଚୋରି

    ଝୁରୁଛି ମନ ଆଜି ।


ସେଇ ପିଲାଦିନର ମଉଜ ମସ୍ତି

  କି ଅବା ମିଳିବ ଆଜି କରିଲେ କୁସ୍ତି

ଆଜିର ଏ ଛନ୍ଦ କପଟ ରାଗ ହିଂସା

ବାଇଆ କରିଛି ଟଙ୍କାର ନିଶା ।


ବଞ୍ଚିବାକୁ ଇଚ୍ଛା ଭାରି

     ସେ ପୁରୁଣା ଦିନ

ଅଭୁଲା ସେ ସ୍ମୃତି

       ଅଫେରା ସେ 

  ମୋ ପିଲାଦିନ। । ।


Rate this content
Log in

Similar oriya poem from Abstract