ଜୀବନ ତ ଏକ ଚଲାପଥ
ଜୀବନ ତ ଏକ ଚଲାପଥ


ଜୀବନ ତ ଏକ ଚଲାପଥ
କେତେବେଳେ ଆସି ଯାଏ କୋଉ ମୋଡ଼,
କେତେବେଳେ ନିର୍ଜନ ତ
କେତେବେଳେ ଭାରି ଭିଡ଼।
ଚାଲିବାକୁ ହୁଏ ବାଟ
ମନେ ନେଇ ଆଶା,
ବାଟୋଇ ଟିଏ ଦେଖି ଦେଲେ
ମନେ ବଢେ ଜିଜ୍ଞାସା ।
ଜୀବନ ତ ଏକ ଜଳନ୍ତା ଦୀପ
ଜଳି ଜଳି ନିଜେ ଦିଏ ଆଲୋକ,
ପୂଣ୍ୟର ଆଲୋକ ଦିନେ ଆସେ ଉଇଁ
ଜାଳି ପୋଡ଼ି ଦିଏ ପାପର ନଈ ।
ଜଳି ଜଳି ବଞ୍ଚିବାରେ
କେତେ ଯେ ବେଦନା,
ସହି ହୁଏ ସିନା
ହେଲେ କେବେ କହି ହୁଏନା ।
ଜୀବନ ତ ଏକ ସୁନ୍ଦର ଫୁଲ
କେବେ ପାଣି ଲାଗେ ଦେହେ କେବେ ପଙ୍କ,
ସୁନ୍ଦର ସେ ଗଛେ ଥିଲେ
ତୋଳି ଆଣିଲେ ଲାଗେ କଳଙ୍କ ।
କଳଙ୍କିତ ଫୁଲକୁ ନେଇ
ଲେଖା କେତେ ଯେ କାହାଣୀ,
ଫୁଟିଥିବା ଫୁଲ କେହି କେହି
ମନ୍ଦିରେ ପୂଜନ୍ତି ଆଣି ।
ଜୀବନ ତ ଏକ ଗୋଲକ ଧନ୍ଦା
ସୁଖେ, ଦୁଃଖେ ସେ ଛନ୍ଦା,
ସବୁ କିଛି ସହି ବଞ୍ଚିବାକୁ ହେବ
ସବୁ ଏଠି ଦୁନିଆ ଡୋରୀରେ ବନ୍ଧା । । ।