ପ୍ରିୟା ମୋର
ପ୍ରିୟା ମୋର
ପ୍ରିୟା ମୋର ଲାଜକୁଳୀ
ଲାଜେ ଯାଏ ସେ ଭିଜି,
ପ୍ରେମ ତାର ମିଠା ମିଠା
ନିଦ ମୋ ଯାଏ ହଜି ।
ଆଖିର ଇଶାରା ତାର
କହେ କେତେ କଥା,
ଛୋଟ ଛୋଟ କଥାରେ ସେ କରେ ମାନ
ମନ କୁ ହୁଏ ଯେ ବଥା ।
ହସି ଦିଏ ଯେବେ ସେ
ମୋ ଆଡକୁ ଚାହିଁ,
ଅମାନିଆ ମନ ମୋ
ଆୟତରେ ପାରେନା ରହି ।
ଖୋଜିବୁଲେ ସବୁବେଳେ
ପାଗଳ ପ୍ରବର ସାଜି,
ଏକାନ୍ତ ରେ ବସି ଗପିବାକୁ
ହୁଏ ନା ସେ ରାଜି ।
ରାଗ ତାର ସତେ
ଅଦିନିଆ ଝଡ଼,
ରାଗିଲେ ସେ ଭାଙ୍ଗି ଦିଏ
ସବୁ ସମ୍ପର୍କ ର ବାଡ଼ ।
ଭାରି ନିରୀମାଖି ସେ
ମୋ ପ୍ରିୟତମା,
ମନେ ଅାଙ୍କେ ମୋ ଇନ୍ଦ୍ରଧନୁ
ସତେ ମୋ ହୃଦୟ ରାଜଜେମା ।
ଡାକେ ତା ପାଖକୁ
ତା ନିରୀହ ଆଖି,
ଚେହେରା ତା ପାରିଜାତ
ଆଖି ଯାଏ ଲାଖି ।
ସ୍ବପ୍ନ ତାର ଦେଖିବାକୁ
ଭାବନା ରେ ତା ହଜି ବାକୁ,
ଇଚ୍ଛା ହୁଏ ସବୁବେଳେ
ପାଖରେ ତା ରହିବାକୁ ।
ଫୁଲ ର ପାଖୁଡ଼ା ପରି
ଡାକେ ସେ ହାତ ଠାରି,
ଚାନ୍ଦ ର ଚାନ୍ଦିନୀ ପରି
ସତେ ମୋ ପ୍ରିୟା ସୁନ୍ଦରୀ । । ।

