କାହିଁକି ଏମିତି ହୁଏ
କାହିଁକି ଏମିତି ହୁଏ
ଜାଣେନା କାହିଁକି ଦେହ ପାଖେ ଥାଇ
ମନ ଦୂରେଇ ଯାଏ,
ଆଖି ଯାହାକୁ ଖୋଜେ ସେ
ସ୍ୱପ୍ନ ପାଲଟି ଯାଏ ।
ସ୍ୱପ୍ନକୁ ବାସ୍ତବ ର ରୂପ ଦିଏ
ଏଇ ଅମାନିଆ ମନ,
ସ୍ୱପ୍ନର ଘର ଭାଙ୍ଗିଯାଏ
ଦୁଃଖ ଆଣେ ଅଦିନିଆ ଝଡ଼ ।
ବାମନ ହେଇ ଚନ୍ଦ୍ରକୁ
ଧରିବାର ଇଚ୍ଛା,
ଆପେ ଆପେ ବୁଝିଯାଏ
ଏ ତ ଭାଗ୍ୟର ବିଡମ୍ବନା।
ପାଗଳ ଏଇ ମନ
ବୁଝେ ନାହିଁ ଜମା,
ବାରମ୍ବାର ଧାଏଁ ମରୀଚିକା ପଛେ
ହେଇ ଯାଏ ବାଟବଣା ।
ସୁନେଲି ସ୍ୱପ୍ନ ସବୁ
ଦୂରକୁ ଦୂରକୁ ଯାଏ ଚାଲି,
ପୁଣି ମନେ ଉଠେ ଆଶା
ଫେରିବ କି ସେ ପୁଣି କାଲି । ।