Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Romance Fantasy

3  

Anita Jena

Abstract Romance Fantasy

ବିରହ ବେଦନା

ବିରହ ବେଦନା

1 min
220


ଅମାବାସ୍ୟା ର ଏଇ ଅନ୍ଧାର ରାତି

  ମିଞ୍ଜି ମିଞ୍ଜି କୁଆଁ ତାରା ଟେ ପରି,

ଦୁକୁଦୁକୁ ହେଇ ଝଲସି ଉଠେ ମନ

  ତୁମ ପାଇଁ ହୃଦୟେ ପ୍ରେମ ଭରି । 


ଦୂରେଇ ଯାଉ ଏ ଦୂରତା 

   ହୃଦୟ ଭିତର ର ମଳିନତା ,

ଆସି ଯାଉ ଫଗୁଣ ର ଛିଟା 

  ହଜି ଯାଉ ବିରହର ସତ୍ତା । 


କେତେ ଯେ ଶ୍ରାବଣ ଯାଇଛି ବିତି

    ତୁମ ଅପେକ୍ଷା ରେ , 

କେତେ ଯେ ରାତି ଯାଇଛି ପାହି 

  ହଜି ତୁମ ଭାବନା ରେ । 


ଫେରି ଆସ ଥରେ ପ୍ରିୟା ତୁମେ 

  ସଙ୍ଗେ ନେଇ ପ୍ରେମ ର ଫଗୁ , 

ରାଗ ଅଭିମାନ ସବୁ ଦିଅ ହେ 

    ପାଶୋରି ତୁମ ମନୁ ।  


ଚାନ୍ଦିନୀ ରାତି ର ସ୍ୱଚ୍ଛ ଝଲମଲ

  ଚାନ୍ଦ ଟିଏ ପରି ତୁମ ହସ , 

ଆଜି ବି କରେ ହୃଦୟ କୁ 

     ମୋର ବ୍ୟତି ବ୍ୟସ୍ତ । 


ପ୍ରେମ ର ବର୍ଷା ରେ ଭିଜିବାକୁ 

    ତୁମ ସହ ମନ କରେ ଜିଦି , 

ଭାଗ୍ୟ ତ ଖେଳୁଛି ଦୂରତା ର ଖେଳ

    ସମୟ କରିଛି ବନ୍ଦୀ ।


ଅବୁଝା ସାଜୁଛି ଆଜି ଏ 

   ଅମାନିଆ ହୃଦୟ ଟା ମୋର , 

ତୁମ ବିନା ଆଉ ଲାଗୁ ନାହିଁ କିଛି 

   ସତେ ନିଜର ନିଜର । 


କହିବାକୁ ଅଛି ବାକି ଅନେକ କିଛି

   ଅକୁହା ବେଦନା ର ଗପ , 

କାହିଁ କେତେ ଦିନ ର ଅଭିମାନ ସବୁ

  ରହିଅଛି ହେଇ ଲୁପ୍ତ । 


ଦେଖି ପାରୁଛନ୍ତି ସଭିଏଁ ଏଠି 

     ହସ ଏଇ ଓଠ ତଳର , 

ତୁମ ବିନା ପ୍ରିୟା କୁହ କିଏ ସେ 

   ବୁଝିବ ଯନ୍ତ୍ରଣା ଏ ହୃଦୟ ର । 


ଅମାବାସ୍ୟା ର ଏଇ ଅନ୍ଧାର ରାତି

  ମିଞ୍ଜି ମିଞ୍ଜି କୁଆଁ ତାରା ଟେ ପରି,

ଦୁକୁଦୁକୁ ହେଇ ଝଲସି ଉଠେ ମନ

   ତୁମ ପାଇଁ ହୃଦୟେ ପ୍ରେମ ଭରି ।


Rate this content
Log in