ଅଫୁଟା ଫୁଲ
ଅଫୁଟା ଫୁଲ
ଅଫୁଟା ଫୁଲ ମୁଁ ଜୀବନ ବଗିଚାର
ନାହିଁ ମୋ ପାଶେ ବାସ ଅପୂର୍ବ ସୁଗନ୍ଧର ।
ସାଜିଛି ମୁଁ ଅଲୋଡା ଅପ୍ରିୟ ଦୁନିଆ ପାଇଁ
ଜୀବନ ଟା ଆଜି ବେସାହାରା ଲଗାଇ ।
ଶୁଣିବାକୁ ଅକୁହା ଯନ୍ତ୍ରଣା
ମନା ତ ଏଠି ଦେଖେଇବାକୁ ମନର ଉତ୍ତେଜନା।
ଅସ୍ତବ୍ୟସ୍ତ କରିଦିଏ ବିକ୍ଷିପ୍ତ ମନୋଭାବ,
ସାଜିଛି ଆତ୍ମୀୟଙ୍କ ଘୃଣା ର ପାତ୍ର ।
ଜାଣେନା କେବେ ମୁଁ ପାଇବି ଖୋଜି ,
ଦୁନିଆ ଆଗରେ ଠିକଣା ମୋ ଯାଇଛି ହଜି ।
ପାଇ ନାହିଁ ଆଜି ଯାଏଁ କେବେ ସେ ସ୍ନେହ ଆଦର,
ହେଇ ନାହିଁ କାହା ପାଇଁ ସତେ ମୁଁ ନିଜର ।
ଭଲ ପାଇବା ଯେ ନାହିଁ ମୋ ଭାଗରେ ,
ଚାହେଁନା ମୁଁ ରହିବାକୁ ମିଛ ସମ୍ପର୍କ ରେ ।
ଫୁଲ ଟିଏ ସିନା ହେଲେ ରହି ଗଲି ହେଇ ଅଫୁଟା,
ପାରିଲି ନାହିଁ ଖେଳାଇ କାହା ଜୀବନରେ ବାସ ର ଛିଟା ।
ଯାଯାବର କଥାଚିତ୍ର ସାଜିଛି ଜୀବନ
ଜଣା ନାହିଁ କେବେ ହେବ ଦୁଃଖର ଲାଘବ ।
ଅଫୁଟା ଫୁଲ ମୁଁ ଜୀବନ ବଗିଚାର,
ନାହିଁ ମୋ ପାଶେ ବାସ ଅପୂର୍ବ ସୁଗନ୍ଧର । । ।
