Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ankita Mohanty

Abstract Others

4.0  

Ankita Mohanty

Abstract Others

ଘେନ ମୋର ପ୍ରଣିପାତ

ଘେନ ମୋର ପ୍ରଣିପାତ

1 min
349


ଆହେ ଗଜାନନ 

ହେ ଉମାସୁତ...

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ହେ ବକ୍ରତୁଣ୍ଡ ...

ହେ ଅଗ୍ରପୂଜ୍ଯ... 

ତବ ଆବାହନ ବିନା ଯେ ଅଧୁରା ଜଗତ

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ନାହିଁ ଆଦି ନାହିଁ ଅନ୍ତ 

ତୁମେ ଯେ ଅନନ୍ତ 

ଜୟ ଜୟ ଜୟ... ଆହେ ଏକଦନ୍ତ 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ହସ୍ତରେ ଶୋଭେ ମୋଦକ 

ଚିିତ୍ତେ ନାହିଁ ତିିଳେ ମାତ୍ର କ୍ଲେଶ 

ସଭିଙ୍କ ବିଘ୍ନ ହର୍ତ୍ତା, ଆହେ ବିଘ୍ନେଶ 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ଆହେ ବିଦ୍ଯାଦାତା 

ପ୍ରଭୁ ଶ୍ରୀ ଗଣେଶ 

ତୁମେ ଯେ ବିଦ୍ଯା ଭଣ୍ଡାରର ପର୍ଯ୍ୟବେକ୍ଷକ 

ବିଦ୍ଯା ବୁୁଦ୍ଧି ପ୍ରଦାୟକ 

ହେ ଲମ୍ବୋଦର... 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ମୂଷିକ ବାହାନେ ପୃଥିବୀ ପରିକ୍ରମା କଲ

ନାହିଁ କେହି ପିତା ମାତାଠୁ ବଡ଼ ଦେଖାଇ ଦେଲ 

ହେ ଭାଲଚନ୍ଦ୍ର... 

ପ୍ରଭୁ ଗିରିଜାନନ୍ଦନ 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ରିଦ୍ଧି ସିିଦ୍ଧି ଦାତା 

ହେ ବିନାୟକ... 

ଦିଅ ତବ ଆଶିଷ ମେଲାଇ

ଆହେ ଗଣନାଥ 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି 

ତବ ଏ ଛାର ଭକତ॥


ରୋଗ ଶୋକ ଦୂର ହେଉ 

ମାନବିକତା ଭରି ଯାଉ 

ଭୁଲି ସଭିଏଁ ଭେଦ ଭାବ

ଗାଆନ୍ତୁ ଖୁସିର ସଙ୍ଗୀତ। 

ବରଷି ଯାଉ ପ୍ରଭୁ ତବ ଶୁଭାଶିଷ 

ମଣିଷ ହେଇ ଯାଉ ଏ ଜାତି ମଣିଷ। 

ହେ ଗଣପତି ଗଉରୀନନ୍ଦନ... 

ଘେନ ମୋର ପ୍ରଣିପାତ 

ଭକ୍ତି ଅର୍ଘ୍ୟ ବାଢେ ଆଜି

ତବ ଏ ଛାର ଭକତ॥


Rate this content
Log in

Similar oriya poem from Abstract