STORYMIRROR

Ankita Mohanty

Abstract Romance Thriller

3  

Ankita Mohanty

Abstract Romance Thriller

ଏକ ସ୍ବୀକୋରକ୍ତି

ଏକ ସ୍ବୀକୋରକ୍ତି

1 min
252

ଟିକେ ଶୁଣ! 

ରାଗିବନି, ମୋ ରାଣ 

ଯଦି ବି ରାଗିଲ, କହିଦେବ 

ହେଲେ ଚୁପ୍ ରହିବନି

ଗାଳି କରିଦେବ ପଛେ ହେଲେ 

ଆମ ସମ୍ପର୍କ ଭାଙ୍ଗିବନି। 


ହଁ, କହୁଛି ଧୈର୍ଯ୍ୟ ରଖ... 

ଡର ତ ଅଛି କିନ୍ତୁ 

ନ କହିବା ଛଡା ଆଉ କିଛି ଉପାୟ ଯେ ନାହିଁ। 


କିଛି ଏମିତି କଥା ଯାହା ହୁଏତ ତୁମ କଳ୍ପନାତୀତ 

ହୁଏତ ପକାଇପାରେ ଆମ ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ 

ହୁଏତ ଗଢିପାରେ ଆଉ ଏକ ନୂଆ ସଂପର୍କ। 


କେଜାଣି କେମିତି କେଉଁ ମୁହୂର୍ତ୍ତରେ ଯେ 

ଏ ବନ୍ଧୁତାର ଗାଡି ମୋଡ଼ ବଦଳେଇଦେଲା ଜାଣିହେଲାନି 

କେତେବେଳେ ଯେ ଚାଲୁ ଚାଲୁ 

ବାଟବଣା ହୋଇଗଲି କିଛି ଖବର ରଖିପାରିଲିନି। 


ଚେଷ୍ଟା ବି ବହୁତ କରିଛି ଚଗଲା ମନକୁ ବାଟକୁ ଆଣିବାକୁ 

ହେଲେ ପ୍ରତିଟି ଥର ସେ ମୋତେ ଅଟ୍ଟହାସ୍ଯ କରିଛି 

ମୋ ଭଲପାଇବାରେ ପ୍ରଶ୍ନବାଚକ ଚିହ୍ନଟିଏ ଲଗେଇଦେଇଛି

ମୋତେ ସନ୍ଦେହୀ ନଜରରେ ଚାହିଁଛି। 


ଫେରେଇ ଆଣିପାରିନି ମୁଁ ତାକୁ ଶତ ଚେଷ୍ଟା ପରେ ମଧ୍ୟ 

ନିଜକୁ ନିଜେ ଧିକ୍କାରିଛି ମୋର ପାରିଲା ପଣକୁ ନେଇ 

କିନ୍ତୁ ପର ମୁହୂର୍ତ୍ତରେ...

ସବୁ ପାଣି ଫୋଟକା ପରି ମିଳେଇ ଯାଇଛି 

ରହିଯାଇଛି ତ କେବଳ ତୁମ ପ୍ରତି ଥିବା ମୋର ଭଲପାଇବା!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract