STORYMIRROR

Ankita Mohanty

Romance Tragedy

3  

Ankita Mohanty

Romance Tragedy

କେମିତି ଭୁଲିବି ତୁମକୁ!

କେମିତି ଭୁଲିବି ତୁମକୁ!

1 min
238

ଯେତେ ଭୁଲିବାକୁ ଚାହିଁଲେ ବି

କ'ଣ ମୁଁ ଭୁଲି ପାରୁଛି ତୁମକୁ! 

ମୋର ଅନିଚ୍ଛା ସତ୍ତ୍ବେ ମଧ୍ୟ 

ତୁମ ଭାବନା ମାନଙ୍କ ଅବାଧ ପ୍ରବେଶ

ଯେମିତି ମୋ ଠୁ ମୋତେ ଛଡେଇ ନେଉଛି

ମୋ ଅସ୍ତିତ୍ବକୁ ଅଟ୍ଟହାସ୍ଯ କରୁଛି। 


ଅଜଣାରୁ ଆପଣା ହେଇଥିବା ମଣିଷଟା 

ଆଜି ପୁଣି ପର ହେଇ ଯାଇଛି 

ସାତ ଜନ୍ମର ସାଥୀ ହେବାକୁ କଥା ଦେଇ 

ଅଧା ବାଟରେ ଆଜି ହାତ ଛାଡି ଚାଲି ଯାଇଛି। 


କେତେ ପ୍ରଥମ ଆମର ଆଜି ସ୍ମୃତି ହେଇଗଲେ

ଆଉ କେତେ ସ୍ବପ୍ନ ଚିରଦିନ ପାଇଁ ସ୍ବପ୍ନରେ ହିଁ ରହିଗଲେ

ସ୍ମୃତି ଠୁ ଅଧିକ ଆଜି ମୋତେ ଆମ ସ୍ବପ୍ନ କଷ୍ଟ ଦେଉଛି

ମନ ଭିତରଟା ଯେମିତି ଜଳି ପୋଡି ପାଉଁଶ ହେଇ ଯାଉଛି। 


ଆଇନାରେ ନିଜକୁ ଦେଖିଲେ ମୋତେ ତୁମ ଛବି ଖାଲି ଦିଶୁଛି 

ସ୍ମୃତି ସବୁ ଅମାନିଆ ହେଇ ହୃଦୟ ଦରଜା ପିଟୁଛି

ତୁମକୁ ଭୁଲିବାକୁ ଯାଇ ମୁଁ ଆଜି ନିଜକୁ ନିଜଠି ଖୋଜୁଛି। 


କେମିତି ଭୁଲିବି ବା ତୁମକୁ! 

ମୋ ଅବସ୍ଥିତିରେ ତୁମେ 

ମୋ ଅସ୍ତିତ୍ବରେ ବି ତୁମେ 

ହୃଦୟର ପ୍ରତିଟି ସ୍ପନ୍ଦନରେ ତୁମେ 

ଭୁଲି ଯାଇପାରେ ଜଣେ ଅନ୍ୟକୁ 

ହେଲେ କେମିତି ଭୁଲିବି 

ମୁଁ ନିଜେ ନିଜକୁ! 

ନିଜର ସତ୍ତାକୁ!. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance