STORYMIRROR

Ankita Mohanty

Abstract Classics Others

3  

Ankita Mohanty

Abstract Classics Others

ତୁମେ କ'ଣ ଦୋଷୀ ନୁହେଁ

ତୁମେ କ'ଣ ଦୋଷୀ ନୁହେଁ

2 mins
220

ଜାଣିଛି ମୁଁ ତୁମର କେଉଁ

ବଡ଼ ଭକ୍ତ ନୁହେଁ ଯେ, ମୁଁ

ଡାକୁ ଡାକୁ ତୁମେ ଓ' କରିବ

କି, ମୋତେ ଆସି ଦର୍ଶନ ଦେବ।

ତଥାପି ବି ମୁଁ ଡାକିବି

ମୋ ମନରେ ଉଠୁଥିବା ପ୍ରତିଟି

ପ୍ରଶ୍ନ ର ଢ଼େଉ କୁ ନେଇ

ତୁମ ପାଦ ତଳେ ଢାଳିଦେବି।

ମୁଁ ତ ତୁମକୁ ଚିହ୍ନି ନ ଥିଲି କି,

ତୁମ ବିଷୟରେ କିଛି ଜାଣି ନ ଥିଲି

ସେ ତୁମେ ହିଁ ଥିଲ

ଯିଏ ନିଜ ମୋହିନୀ ଶକ୍ତିରେ ମୋତେ

ନିଜ ଆଡକୁ ଟାଣି ନେଇଥିଲ।

ବାରମ୍ବାର ହଜେଇ ଦେଇଥିଲ

ତୁମର ସେ ବଡ଼ ବଡ଼ ଆଖି ଦୁଇରେ।

ମୁଁ ତ ବହୁତ ଚେଷ୍ଟା କରିଥିଲି

ତୁମର ସେ ଆଖି ଯୋଡି଼ କୁ ନ ଦେଖିବାକୁ

ହେଲେ, ସବୁ ଚେଷ୍ଟା କୁ ମୋର

ତୁମେ ହିଁ ନିଷ୍ଫଳ କରାଇଦେଲ।

ଯାହା ଆଖି ଥରେ ତୁମ ଆଖି ସହ ମିଶିଛି

କୁହ, ସେ କ'ଣ ଆଉ ନିଜର ହେଇ ରହିଛି!!

ମୁଁ ତ ସାଧାରଣ ମଣିଷଟିଏ

ତୁମ ଭଳି କେଉଁ ଯାଦୁଗର ହେଇଛି ଯେ,

ତୁମ ଯାଦୁ ରୁ ବଞ୍ଚି ଯାଇପାରିବି!

ପାରିଲିନି ମୁଁ, ହାରିଗଲି।

ଜିତିଗଲ ତୁମେ ଆଉ

ବୁଡାଇ ଦେଲ ମୋତେ ତୁମ ପ୍ରେମ ସାଗରେ।

ଦୋଷ ଯେତେବେଳେ ସବୁ ତୁମର

ତେବେ କୁହ ଶାସ୍ତି ର ହକଦାର୍ କିଏ?

ମୁଁ ଜାଣିଛି ତୁମେ ଯମା ତୁମ ଦୋଷ ମାନିବନି

ହେଲେ ସତ କୁହ ତ,

ତୁମେ କ'ଣ ଦୋଷୀ ନୁହେଁ? 

ତୁମେ ଦୋଷୀ...

ଖାଲି ମୋର ନୁହେଁ, ସେ ପ୍ରତିଟି

ମଣିଷ ର ଯିଏ ତୁମ ପ୍ରେମରେ ପଡିଛି।

ଆଉ ତୁମେ ହେଉଛ ଅପରାଧୀ...

ପ୍ରତ୍ୟେକ ଟି ଜଗନ୍ନାଥ ପ୍ରେମୀଙ୍କର।

ତେଣୁ ପ୍ରାୟଶ୍ଚିତ ତୁମକୁ ହିଁ କରିବାକୁ ପଡିବ।

କେବେ ଭକ୍ତ ର ଲୁହ ର

ସାଗରରେ ଭିଜିବାକୁ ପଡିବ ତ,

କେବେ ତା'ର ପ୍ରଶ୍ନ ବାଣ ରେ ଆହତ ହେବାକୁ ପଡ଼ିବ,

ପୁଣି କେବେ ତୁମ ବିଶାଳ ବାହୁ

ମେଲାଇ ତାକୁ କୋଳେଇ ନେବାକୁ ପଡ଼ିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract