STORYMIRROR

Ankita Mohanty

Abstract

3  

Ankita Mohanty

Abstract

ଏମିତି ହିଁ

ଏମିତି ହିଁ

1 min
167

ଇନ୍ଦ୍ରଧନୁ ରୁ ରଙ୍ଗ ସବୁ ସରିଗଲା ପରେ

ଫୁଲ ସବୁ ପ୍ରଜାପତି କୁ ଭୁଲିଗଲା ପରେ

ଭଲ ପାଇବାର ଅନ୍ୟ ନାମ 

ଛଳନା ଜାଣିଲା ପରେ ବି

କ'ଣ ଆଉ ଏକ ପ୍ରେମ କବିତା ଲେଖିହେବ!

ସତରେ କ'ଣ ଆଉ କାହା ଭିତରେ ନିଜକୁ ଖୋଜି ଖୋଜି

ସାରା ଜୀବନଟା ବିତେଇ ଦେଇ ହେବ!


ଆକାଶ ଛାତିରେ ବାଦଲ ମିଳେଇଗଲା ପରେ

କେବେ ଆରମ୍ଭ ନ ହେଇଥିବା କାହାଣୀ ସରିଗଲା ପରେ

ଆଶ୍ୱାସନା ସବୁ ମିଛ ଜାଣିଲା ପରେ ବି

କ'ଣ ଏକ ନୂଆ କାହାଣୀ ଲେଖିହେବ!

ସତରେ କ'ଣ ଅତୀତ ଉପରେ ପରଦା ପକାଇ

ଏକ ନୂଆ ଆରମ୍ଭ କରିବା ଏତେ ସହଜ ହେବ!


ତାରା ଫୁଲ ସବୁ ଅଦିନରେ ଝରିଗଲା ପରେ

ସ୍ବପ୍ନ ସବୁ କବର୍ ରେ ସମାଧିସ୍ଥ ହେଲା ପରେ 

ପ୍ରତିଶ୍ରୁତି ଏକ ଭଗ୍ନାଂଶ ଜାଣିଲା ପରେ ବି

କ'ଣ 'ଭରସା' ଶବ୍ଦକୁ ଆଉ ଭରସା କରିହେବ!

ସତରେ କ'ଣ ମନ ଭିତରେ ଉଠୁଥିବା

ପ୍ରଶ୍ନ ସବୁକୁ ଆଡ଼େଇ ଦେଇ

ଏକ ନୂତନ ବନ୍ଧନକୁ ଆବୋରି ନେଇ ହେବ!


ନଦୀ ସବୁ ସାଗର ରୁ ମୁହଁ ମୋଡ଼ିନେଲା ପରେ

ଢେଉ ସବୁ ବେଳାଭୂମି ରୁ ଫେରିଗଲା ପରେ

ଅପେକ୍ଷା ଏକ ଅନ୍ତହୀନ ମରୁଭୂମି ଜାଣିଲା ପରେ ବି

କ'ଣ ପାଦ ଦୁଇକୁ ଆଗକୁ ବଢ଼ିବାରୁ ଅଟକାଇ ହେବ!

ସତରେ କ'ଣ ସ୍ମୃତି ଆଉ ସ୍ବପ୍ନ ସବୁକୁ ହତ୍ୟା କରି 

ସବୁ କିଛି ଭୁଲିଯିବା ଏତେ ସହଜ ହେବ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract