STORYMIRROR

Ankita Mohanty

Tragedy

3  

Ankita Mohanty

Tragedy

ଯୁଦ୍ଧ

ଯୁଦ୍ଧ

1 min
201

 

କାଲି ଯହିଁ ମୁଁ ହସି ଖେଳି ବୁଲୁଥିଲି 

ଆଜି ତହିଁ ଶୁଭେ କ୍ରନ୍ଦନ ରୋଳ

ଠିଆ ହେଇଥିଲା ମୋ ଘର ଯେଉଁଠି କାଲି

ଆଜି ସେଠି ଖାଲି ପାଉଁଶ ଆଉ ହାଡ଼ର ମାଳ। 


ଦିଶେ ନାହିଁ କାନଭାସରେ ଆଉ କାଲିର ସେ ଚିତ୍ର

ସ୍କୁଲ୍ ବସ୍ ଫାଙ୍କୁ ମଉଳା ମୁହଁରେ ଧାରେ ହସ

କେହି ଚିତ୍ରକର ଦେଇଛି ଆଜି ଆଙ୍କି ନୂଆ ଏକ ଚିତ୍ର

ଏ ଯେ ଅନ୍ତିମ ବିଦାୟ ବେଳାର ନୂତନ ବେଶ। 


କେଜାଣି ସୁରୁଜ ଆଉ ଉଏଁ କି ନା

ଏଠି ତ ଆକାଶ ସାରା ଖାଲି ଧୂଆଁ ଧୂଆଁ

ବର୍ଷାର ବୁନ୍ଦା ଏଠି ବରଷେ ସତ

ହେଲେ ଜାଳି ପୋଡି ଦିଏ ଅତୀତଠୁ ଭବିଷ୍ୟତ। 


ଚାଲି ଗଲେଣି କାହିଁ କେତେ ଏ ସହର ଛାଡି

ତଥାପି କେହି ଚାହିଁ ରହିଛି ଏ ମାଟିରେ ଲୋଟିବା ଲାଗି

ଚାହେଁନା କେହି ଏଠି ଦେଖିବାକୁ ଯୁଦ୍ଧ ବିଭୀଷିକା

କିନ୍ତୁ, ବିନା ରକ୍ତପାତେ ଯେ ବୁଝନ୍ତିନି କେହି ଶାନ୍ତିର କଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy