ଯୁଦ୍ଧ
ଯୁଦ୍ଧ
କାଲି ଯହିଁ ମୁଁ ହସି ଖେଳି ବୁଲୁଥିଲି
ଆଜି ତହିଁ ଶୁଭେ କ୍ରନ୍ଦନ ରୋଳ
ଠିଆ ହେଇଥିଲା ମୋ ଘର ଯେଉଁଠି କାଲି
ଆଜି ସେଠି ଖାଲି ପାଉଁଶ ଆଉ ହାଡ଼ର ମାଳ।
ଦିଶେ ନାହିଁ କାନଭାସରେ ଆଉ କାଲିର ସେ ଚିତ୍ର
ସ୍କୁଲ୍ ବସ୍ ଫାଙ୍କୁ ମଉଳା ମୁହଁରେ ଧାରେ ହସ
କେହି ଚିତ୍ରକର ଦେଇଛି ଆଜି ଆଙ୍କି ନୂଆ ଏକ ଚିତ୍ର
ଏ ଯେ ଅନ୍ତିମ ବିଦାୟ ବେଳାର ନୂତନ ବେଶ।
କେଜାଣି ସୁରୁଜ ଆଉ ଉଏଁ କି ନା
ଏଠି ତ ଆକାଶ ସାରା ଖାଲି ଧୂଆଁ ଧୂଆଁ
ବର୍ଷାର ବୁନ୍ଦା ଏଠି ବରଷେ ସତ
ହେଲେ ଜାଳି ପୋଡି ଦିଏ ଅତୀତଠୁ ଭବିଷ୍ୟତ।
ଚାଲି ଗଲେଣି କାହିଁ କେତେ ଏ ସହର ଛାଡି
ତଥାପି କେହି ଚାହିଁ ରହିଛି ଏ ମାଟିରେ ଲୋଟିବା ଲାଗି
ଚାହେଁନା କେହି ଏଠି ଦେଖିବାକୁ ଯୁଦ୍ଧ ବିଭୀଷିକା
କିନ୍ତୁ, ବିନା ରକ୍ତପାତେ ଯେ ବୁଝନ୍ତିନି କେହି ଶାନ୍ତିର କଥା।