STORYMIRROR

Ankita Mohanty

Abstract Inspirational

4.1  

Ankita Mohanty

Abstract Inspirational

ଗୁରୁ

ଗୁରୁ

1 min
399


ବ୍ରହ୍ମା ତୁମେ ବିଷ୍ଣୁ ତୁମେ 

ତୁମେ ମହେଶ 

ଗୁରୁୁୁଦେବ ପାଦପଦ୍ମେ 

କୋଟି ନମସ୍ଯ। 


ତୁମେ ମାତା ତୁମେ ପିତା 

ତୁମେ ପୁଣି ଚିର କାଳ ସଖା 

ହେ ଗୁରୁଦେବ... 

ତୁମେ ଆମ ଜୀବନ ଦାତା। 


କେତେ ରୂପେ କେତେ ଗୁଣେ 

ହାତ ଧରିଛ

ଅଜ୍ଞାନ ଅନ୍ଧକାରୁ କାଢି ନେଇ 

ଜ୍ଞାନ ଆଲୋକେ ଆଲୋକିତ କରିଛ। 


ପୁସ୍ତକରୁ ଆରମ୍ଭ କରି ପୁରାଣ ପୋଥି 

ତତ୍ ସହିତ ଜୀବନର ଅନୁଭୂତି 

ଗୋଟି ଗୋଟି କରି ସବୁ ଶିଖାଇଛ 

ଜୀବନର ପଥ ଆମ ସୁଗମ କରିଛ। 


କେବେ ଛାଟ ତ କେବେ ଉପଦେଶ ଛିଟା 

ନାଲି ଆଖି ସାଙ୍ଗକୁୁ କେବେ ପୁଣି କର୍କଶ ଗଳା

କାଣିଗୋଡି ଚଉକି ବସା ଯେ ତୁମ ଶ୍ରେଷ୍ଠ ଦୁୁଇ ଅସ୍ତ୍ର 

ଭୁଲି କି ହେବ ସେ ତେଲ ଲଗା ବେତ ମାଡ ମନ୍ତ୍ର। 


ପୁଅ ଝିଅ ଭାବି ସଭିିିଙ୍କୁ ଆପଣେଇ ନେଇଛ 

ଦରକାର ସମୟରେ ଆଗେଇ ଆସିଛ 

ଅବାଟକୁ ଗଲେ ଚାଲି କାନ ମୋଡିଛ 

ଭୁଲ୍ ଠିକ୍ ବତାଇ ଆଜି ଆମକୁ ମଣିଷ କରିଛ।


ଗୁରୁ ଏକ ଆଲୋକିତ ଦିଶା

ଗୁରୁ ଏକ ଅସୀମ ଆକାଂକ୍ଷା 

ଗୁରୁୁ ନାମେ ନଇଁ ଯାଆନ୍ତି ସ୍ବୟଂ ନାରାୟଣ 

ଏ ପଙ୍କିଳ ସଂସାରରେ ଗୁରୁ ହିଁ ମୁକତିର କାରଣ। 


ନର ଦେହଧାରୀ ଈଶ୍ବର ପ୍ରତିମ

ଦୟା କ୍ଷମା ତ୍ଯାଗର ଅନନ୍ଯ ଭଣ୍ଡାର 

ସ୍ନେହ ପ୍ରେମ କରୁଣାର ଅପୂର୍ବ ମିିଳନ

ଗୁରୁୁୁ ପୟେ ବିରାଜିତ ସମଗ୍ର ସଂସାର। 


ପବିତ୍ର ଗୁରୁ ଦିବସ ଉପଲକ୍ଷେ ସମସ୍ତ ଗୁରୁଜନଙ୍କୁ ଭକ୍ତିଭରା ପ୍ରଣାମ ଏବଂ ଶୁଭେଚ୍ଛା। ସମସ୍ତଙ୍କୁ ଢ଼େର ସାରା ଅଭିନନ୍ଦନ।


Rate this content
Log in

Similar oriya poem from Abstract