STORYMIRROR

Ankita Mohanty

Abstract Romance Others

4  

Ankita Mohanty

Abstract Romance Others

ଆସିବ କି ତୁମେ?

ଆସିବ କି ତୁମେ?

1 min
235

ହଜିଯିବି ଯଦି କେବେ 

ନିଜକୁ ମୁଁ ଖୋଜୁ ଖୋଜୁ 

ଅନ୍ଧାରି ଗଳିରୁ 

ବାଟ କଢେଇ ନେବାକୁ 

ସାଜି ମୋର ସାହାରା

ଆସିବ କି ତୁମେ? 


ଭାଙ୍ଗିଯିବି ଯଦି କେବେ 

ବାଲି ଘର ତୋଳୁ ତୋଳୁ 

ହାତ ଧରି ମୋର 

ଛିଡ଼ା କରାଇ ଦେବାକୁ 

ସାଜି ମୋର ଆଶା ଭରଷା 

ଆସିବ କି ତୁମେ? 


ବୁଡିଯିବି ଯଦି କେବେ 

ସମ୍ପର୍କର ଭଉଁରୀ ଭିତରେ 

ପାଣିର ସୁଅ କାଟି ମୋତେ 

ଉଦ୍ଧାର କରିବାକୁ 

ସାଜି ମୋର ରକ୍ଷୀ 

ଆସିବ କି ତୁମେ? 


ଚାଲିଯିବି ଯଦି କେବେ 

ମାନଭର ହୋଇ 

ମାନ ଭଙ୍ଗ କରି ମୋତେ 

ମନେଇ ନେବାକୁ 

ସାଜି ମୋର ଚିର ସାଥୀ 

ଆସିବ କି ତୁମେ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract