STORYMIRROR

saiswagatika sahu

Abstract

3  

saiswagatika sahu

Abstract

ଗୁରୁ ଦିବସ

ଗୁରୁ ଦିବସ

1 min
302


ଗୁରୁ,ବେହିସାବରେ ବାଣ୍ଟୁ ଥାଏ ତା' ସାର୍ବସ୍ୱ

କରୁଣ ବାରିଧି, ଜ୍ୟୋତିଷ୍ମାନ ଆଲୋକର ଉତ୍ସ

ତୁମ ନିର୍ଦ୍ଧେଶରେ ସବୁ ଦୁର୍ଗମ, ଅସ୍ପଷ୍ଟ ପଥ

ହେଉଥାଏ ସୁଗମ୍ୟ,ସୁରମ୍ୟ

ବିଶ୍ୱକୁ ଗୁରୁ ସମ୍ମାନର ଦୃଷ୍ଟାନ୍ତ ଦେଇ

ଛାଡ଼ି ଗଲ ଛାପ ଜନ ମାନସରେ

ମହାନ ସେ ଗୁରୁ ଶ୍ରେଷ୍ଟ ରାଧାକୃଷ୍ଣନ

ସେହି ପୂଜନୀୟ ଗୁରୁଙ୍କୁ ପ୍ରାଣୀପାତ


ସର୍ବ ପ୍ରଥମ ଗୁରୁ ପିତା ମାତା

ଅବିଛିନ୍ନ ଆତ୍ମାର ଆତ୍ମୀୟତା ସେ

ଲାଗେ ମୋତେ ଜନ୍ମ ଜନ୍ମାନ୍ତରେ,..ଆପଣାର

ତାଙ୍କ ହାତ ସ୍ପର୍ଶରେ ତ

ସନ୍ତାନ ହୁଏ ଯୋଗ୍ୟ, ହୁଏ ଭବ୍ୟ !!

ସାରି ଯାଇଥିବା ଜୀବନରେ ତୁମେ ଚେନାଏ ହସ

ତ୍ୟାଗ,ଧୌର୍ଯ୍ୟ,ବିଶ୍ୱାସର ସିନ୍ଦୁକ ମାଖି

ପୂର୍ଣ୍ଣତା ଆଣ ଦର ପ୍ରସ୍ପୁଟିତ କୁନି କଳିକା ମଧେ

ଅମା ଅନ୍ଧରରୁ ଉନ୍ମୁକ୍ତ କରି

ଅନ୍ତର ଆତ୍ମାକୁ ଶୁଦ୍ଧ ପବିତ୍ର କର


ଏକଲବ୍ୟ ହେଲେ ବୀର ଧନୁର୍ଦ୍ଧର

ତୁମ କରୁଣାର ବାରି ସିଞ୍ଚନରେ

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶୀର୍ବାଦେ

ଏ ଧାରାରେ ଅର୍ଜୁନ ସଜିଲେ ମହାନ ଧନୁର୍ଦ୍ଧର

 ଶିଷ୍ୟ ଉପମନ୍ୟୁ ଗୁରୁଙ୍କ ଆଶିଷେ

ଫେରି ପାଇଲା ଚକ୍ଷୁ ଆପଣାର...

ଗୁରୁ ଶିଷ୍ୟଙ୍କ ମହାନ ସମ୍ପର୍କର ଡୋରି

ଅତୁଳନୀୟ, ଅବର୍ଣ୍ଣନୀୟ ସେ

ସଂସାର ଦୋଛକିରେ....

ତୁମେ ତ ସଂକଳ୍ପର ଵିକଳ୍ପ ରାସ୍ତା..

ସମର୍ପିତ ସ୍ୱରଟିଏ ହୋଇ

ତିଳ ତିଳ ହୋଇ ଅନେକ ଜଳୁଛ

ସମାଜର ସୁଖ ପାଇଁ...

ତେଣୁ ତ ତୁମେ ମୁକ୍ତା ସମ୍ଭବା

ପୂଜାନୀୟ ମୁକ୍ତାଟିଏ....!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract