ପ୍ରେମ ବସନ୍ତ
ପ୍ରେମ ବସନ୍ତ
ତୁମେ ୠତୁ ଚକ୍ରର ଅମୋଘ ପଣେ
ରାତିଏ ଜ୍ୟୋସ୍ନାର ବିଭୋର ବାସ୍ନାରେ
ମୁଠାଏ ତୃପ୍ତି ପୁଳାଏ ମିଠା ଲଗ୍ନରେ
ଆସ ପାଦଥାପି ଗର୍ଭେ ସଂଚାରି ପ୍ରେମଫଗୁଣ
ଅପରୂପ ରଙ୍ଗରେ ବସୁଧା
ନବ କିଶଳୟେ ଚହଟେ ଚଉଦିଗ
ସାଉଁଟି ପ୍ରେମର ପୁଣ୍ୟ ସମ୍ମହନ
ବସନ୍ତର ଶିରି ଶିରି ପବନେ ଶିହରିତ
ରୂପସୀ ରାଗୀଣି ଅଳକାନନ୍ଦା ରାଧାଙ୍କ ପ୍ରେମ
ବସନ୍ତ ରାସର ସନ୍ତରଣ
ପ୍ରୀତି ବର୍ଷାର ଉପବନେ
ବସନ୍ତ ଆଙ୍କିଦିଏ ପ୍ରେମ ମାନସ୍କେ
ଭାବନାରେ କଳ୍ପନାରେ
ସଜାଡି ଦିଏ ଅଙ୍ଗରାଗ
ଜୀବନ ଜଂଜାଳେ ଯବନିକା ତୁମେ
ବେଦନାର ଅଷ୍ଟପଦେ
ତୁମ ବଉଳ ବାସ୍ନାର ମହକ
ସୃଷ୍ଟି କରେ ଭିନ୍ନ ଏକ ଅନୁଛେଦ
ପ୍ରୀତିର ରଜନୀ-ଗାନ୍ଧା ବସ୍ନାବତୀ ଏବେ
ତାରୁଣ୍ୟ ପ୍ରାଣର ତପ୍ତ ବାସନ୍ତୀ ତାତିରେ
ମନ୍ଦ ମୋହିନୀ ଭରା ମର୍ତ୍ତ୍ୟେ
ମଧୁମୟ ବାସେ ଉଡେ ମନ ପ୍ରଜାପତି
ମନ ତଳର ତରଳ ଇଚ୍ଛାକୁ
ସ୍ଵୀକୃତି ଦିଏ ସତେ ହଳଦୀବସନ୍ତ
ଅମ୍ର ବାକୁଳର ମଧୁର ସୁବାସେ
ମଳୟ ପବନ ଚନ୍ଦନ ବନରୁ
ପ୍ରେମ ବାର୍ତ୍ତା ନେଇ ଅଦୃଶି ଯାଏ
ମିଳନର ଲଗ୍ନ ଆଣି
ଆଶା ଆଶାବରୀ ବୁଣେ
ଜାଗରିତ କରେ ଯୌବନର ମୋହର
ଅକାଗ୍ର ଅନୁଭବ୍ୟ ସେ ।