STORYMIRROR

Gangotri Priyadarshini

Abstract Inspirational Others

3  

Gangotri Priyadarshini

Abstract Inspirational Others

ଗଛ ଓ ମଣିଷ

ଗଛ ଓ ମଣିଷ

1 min
40


ମଣିଷ ପାଇଁ ଗଛ ନା ଗଛ ପାଇଁ ମଣିଷ

କିଏ କାହା ପାଇଁ ନିଶ୍ବାସ ନିଏ

କାହା ପାଇଁ କାହାର ସୃଷ୍ଟି

ତୁମେ ନାହଁ ତ ମୁଁ ନାହିଁ ।।


ମୁଁ ପ୍ରାର୍ଥନା କରେ ଟେକି ହାତ ଦୁଇ

ତୁମେ ତ ସର୍ବଦା ପ୍ରାର୍ଥନାରତ ଆକାଶକୁ ଚାହିଁ

ଗହନ ବନ ମଣିଷ ଜୀବନ

ଆମେ ଦୁହେଁ ଦୁହିଁଙ୍କୁ ବଞ୍ଚାଇ ରଖିବା

ମାନବ ଜାତିକୁ ବଞ୍ଚାଇ ରଖିବା ।।


ଦୁହେଁ ମିଶି ପିଉଥିବା ପୁଳା ପୁଳା ପବନ

ତୁମ ପାଇଁ ଅଙ୍ଗାରକାମ୍ଳ ହେଉ କି

ଆମ ମଣିଷ ମାନଙ୍କ ଅମ୍ଳଜାନ ।।


ସମୟ ଆସି ଆସନ୍ନ ପ୍ରାୟ

ଦୁହେଁ ଧ୍ବଂସାଭିମୁଖୀ,

ଯଦି ଚିନ୍ତା ନକରିବା ଦୁହେଁ ଦୁହିଁଙ୍କ ପାଇଁ

ଅଳ୍ପ କିଛି ସମୟ ଅନ୍ତରାଳେ 

ହୋଇଯିବା ଧରା ଵକ୍ଷୁ ନିଶ୍ଚିହ୍ନ ।।


ମୁଁ ସଜେଇ ଦେବି ସବୁଜିମାରେ 

ଗାଁ ଗଣ୍ଡା ଦେଶ ସହର

ସିମେଣ୍ଟ କଂକ୍ରିଟର ବାଟ ଘାଟ

କାନ୍ଥ ଛାତ ବାଡି ବଗିଚା

ଖାଲି ଥିବ ଗଛ ଗଛ ଆଉ ଗଛ ।।


ମାେ ଲୋକ ଆଉ କେହି ନିଶ୍ବାସ ନ ପାଇ

ଜୀବନ ଦେବେ ନାହିଁ

ଶୁଦ୍ଧ ବାୟୁ ରେ ଜୀବନ ହସି ଖେଳି

ସମୟ ବିତେଇବେ

ସୁସ୍ଥ ହେଇଯିବ ପୃଥିବୀ

ଗଛ ଓ ମଣିଷର ବନ୍ଧୁତ୍ୱରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract