ବନ୍ଧୁ
ବନ୍ଧୁ
ଉପସ୍ଥିତି ତୁମର
କରେ ଜୀବନକୁ ମୋର
ଅର୍ଥପୂର୍ଣ୍ଣ ।
ତୁମର ପ୍ରତିଟି ବାର୍ତ୍ତା
ଆଣିଦିଏ ନୂଆ ଦିଗ଼୍ଦର୍ଶନ ।।
କେଉଁ ଯନ୍ତ୍ରପାତିରେ
ମୋତେ ଗଢିଦେଲ ।
ବନ୍ଧୁତା ନିଭାଇ
ନିଃସ୍ୱାର୍ଥପରତାର ପରିଚୟ ଦେଲ ।।
ସୂରୁଜର ତେଜରେ
ଚନ୍ଦ୍ର ଯେପରି ତେଜୀୟାନ ।
ତୁମର ଦୟାର୍ଦ୍ର ହୃଦୟ
କଲା ମୋତେ ସହୃଦବାନ୍ ।।
ଜିଇଁବାକୁ ଆଧ୍ୟାତ୍ମିକ ଜୀବନ
ତୁମେ ମୋତେ ପ୍ରେରିତ କଲ ।
ମୁଁ ଥିଲି,ଦିଗହରା ପଥିକ
ଗନ୍ତବ୍ୟ ସ୍ଥଳେ ପହଞ୍ଚେଇ ଦେଲ ।।
ଅନାବିଳ ସୂତ୍ରର ଅର୍ଘ୍ୟ ଦେଇ
କେଉଁ ଗନ୍ଥାଘରେ ରଖିଛ
ଏ ସଂପର୍କ କୁ ସାଇତି ।
ପାଇଛି ମୁଁ ଏପରି ହୀରା
ଯାହାକୁ ପାଇବା ପାଇଁ ଲୋକେ
କେବଳ ସ୍ୱପ୍ନ ଦେଖନ୍ତି ।।
ବନ୍ଧୁ ହେବାର ଯୋଗ୍ୟତା
ନ ଥାଇପାରେ ମୋ ଭିତରେ ।
ପରାର୍ଥ ଭାବ ନେଇ , ତୁଲେଇବି ସଂପର୍କ
ଭାଗୀ ହେବି ମୁଁ ତୁମ ସବୁ ସୁଖରେ ଦୁଃଖରେ ।।
