STORYMIRROR

Raj Majhi

Others

3  

Raj Majhi

Others

ତୁମ ସ୍ନୃତି ରେ

ତୁମ ସ୍ନୃତି ରେ

1 min
186

ମନଟିଏ ଅଛି ବୋଲି ତ,

ଆଜି ବି ତମେ

ଅଦିନିଆ ବରଷା ଭଳି

ଅଚାନକ ଯାଅ ବରଷି.......

ହେଲେ ଡର ଲାଗୁଚି

କହି ନ ଦିଅ କାଳେ

ତୁମ ଭାବନାରେ

ଲଗାଇ ଦିଅ ଶିକୁଳି।


ମୁଁ ଜାଣେ

ଏବେ ବି

ଆନ୍ଦୋଳିତ ହୁଏ

ତୁମ ମନେ ସେ ପୁରୁଣା ସ୍ନୃତି...

ସରଳ ପଣିଆ ତୁମ

ଆଜି ବି ସେମିତି

ବନ୍ଧନ ଆଡ଼ ରେ

ଦେବନି ତମେ

କେବେ ଏହାକୁ ସ୍ୱୀକୃତି ।।


ତମେ କହିପାର

ଏହା ମୋ ପିଲାଳିଆମି

ଅବା ଭ୍ରମର କୁହୁଡି....

ମୁଁ ଯଦି କହିଦିଏ

ତୁମକୁ ଛୁଇଁଥିବା

ପବନ ବି

ମୋତେ ହିଁ ଇଶାରା କରୁଛି ।


ଶ୍ରାବଣର ସେ ଦିନ,

ଶୀତର ସେ ସର୍ଦ୍ଦିରାତି

କେତେ ଶୀଘ୍ର ବିତିଗଲା ...

ନଚାହୁଁଣୁ

ସମୟ ର ଅନ୍ତରାଳ

ଗୋଟିଏ ମୁହୂର୍ତ୍ତେ

ଦୁହିଁଙ୍କୁ ଅପରିଚିତ କରି ଦେଲା ।


କଲମର ଗାର ଦେଇ

ସାଉଁଟିଛି

ଅତୀତର ମୁଠାଏ ସ୍ନୃତି ..

କିଛି ହସ ର

ତ କିଛି ଲୁହର

ଅଭୁଲା କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍