STORYMIRROR

Raj Majhi

Abstract Others

3  

Raj Majhi

Abstract Others

ଅପେକ୍ଷା ରେ ତୁମର

ଅପେକ୍ଷା ରେ ତୁମର

1 min
316


ଜନ୍ମ ଓ ମୃତ୍ୟୁ ମଧ୍ୟରେ

ନିର୍ଦ୍ଧାରିତ ବ୍ୟବଧାନ ହିଁ

ଏ ଆୟୁଷ..

ଧୀରେ ଧୀରେ

ତୁମର ବି ମୋର ବି

ଢଳିଯିବ ଏ ବୟସ ।


ଯୌବନ ର ସୁନ୍ଦରତା

ତୁମର ଅସମୟରେ ଝଡିଯିବ...

ବାର୍ଦ୍ଧକ୍ୟ ର ପ୍ରଭାବ

ତୁମକୁ ହିଁ ନୁହଁ

ମୋତେ ବି ପଡିବ ।


ସେତେବେଳକୁ

ବିତିଯାଇଥିବ ବୋଧେ

ଅତିକ୍ରାନ୍ତ ହେଇଥିବା

ପଚାଶଟି ଫଗୁଣର

ଅର୍ଦ୍ଧ ଶତାବ୍ଦୀ...

ସେ ସହର,ସେ ବାଟ

ପୁରୁଣା ସବୁ

ହେଇ ଯାଇଥିବ ନୂଆ

ପାଳୁଥିବ ତୁମେ ସିନ୍ଦୁରର

ସ୍ବର୍ଣ୍ଣ ଜୟନ୍ତୀ ।


ନିଃସଙ୍ଗ ଜୀବନର

ହେ ମୋର ଅଣଲେଉଟା ସାଥୀ

ତୁମର ଲେଉଟିବା

ନା ତୁମକୁ ନା ମୋତେ

ନା ହିଁ ନିୟତି କୁ ମଞ୍ଜୁର...

ଅବଶ୍ୟ ଅଭିପ୍ରାୟ ନୁହେଁ

କରିବାକୁ ତୁମକୁ ଅକ୍ତିଆର

ତଥାପି କଟିବ ବାକିତକ

ବଳକା ଜୀବନ

ଅପେକ୍ଷା ରେ ତୁମର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract