Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raj Majhi

Others

3  

Raj Majhi

Others

ସେ ଯେ ଶୂନ୍ୟରେ ଅବସ୍ଥାନ କରେ

ସେ ଯେ ଶୂନ୍ୟରେ ଅବସ୍ଥାନ କରେ

1 min
363


  


ଲୋଭ ମୋହର ଉର୍ଦ୍ଧ୍ବରେ

କାମ କ୍ରୋଧ ର ପରପାରେ,

ନିଜକୁ ସେ ପାଏ ।

ନା ଜନ୍ମ ନା ମୃତ୍ୟୁ

ତାକୁ ବାନ୍ଧି ପାରେ ,

ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।।


ନିନ୍ଦା ପ୍ରଶଂସାର ଉର୍ଦ୍ଧ୍ବରେ

ମାନ ଅପମାନର ପରପାରେ ,

ନିଜକୁ ସେ ପାଏ ।

ନା ଶୋକ ନା ଉଦବିଗ୍ନତା

ତାକୁ ବାନ୍ଧି ପାରେ ,

ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।।


ବିଳାସ ଐଶ୍ୱର୍ଯ୍ୟର ଉର୍ଦ୍ଧରେ

ପ୍ରତିଷ୍ଠା ଖ୍ୟାତିର ପରପାରେ ,

ନିଜକୁ ସେ ପାଏ ।

ନା ମାୟା ନା କାୟା

ତାକୁ ବାନ୍ଧି ପାରେ,

ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।।


ଜିଇଁବା ମରିବାର ଉର୍ଦ୍ଧ୍ବରେ

ଭୋଗିବା ତ୍ୟାଗିବାର ପରପାରେ ,

ନିଜକୁ ସେ ପାଏ ।

ନା ମନ ନା ଶରୀର

ତାକୁ ବାନ୍ଧି ପାରେ ,

ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।।


ପାପ ପୁଣ୍ୟର ଉର୍ଦ୍ଧ୍ବରେ

ନୈତିକତା ଅନୈତିକତାର ପରପାରେ ,

ନିଜକୁ ସେ ପାଏ ।

ନା ସ୍ୱର୍ଗ ନା ନର୍କ

ତାକୁ ବାନ୍ଧି ପାରେ,

ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।।



Rate this content
Log in