ତୁମେ
ତୁମେ
ଅଳ୍ପ ସ୍ନେହେ ତୃପ୍ତ ତୁମେ ଖଣ୍ଡିଏ ଶିଖାରେ ଦୀପ୍ତ ତୁମେ
ହେଉ ପଛେ ଅନ୍ଧାର ରାତିର କାଳିମା
ସ୍ୱର୍ଣ୍ଣ ପାଲିଙ୍କି ରେ ଓହ୍ଲେଇ ଆସିଲ କି ତୁମେ
କେଉଁ ସରଗର ସୁଷମା ।
ମନ୍ଦ ହାସିନୀ କୋମଳ ହୃଦୟ ଶାନ୍ତ ସରଳ ପ୍ରଫୁଲ୍ଲ ବଦନ
ତୁମେ ସରସ-ସୁଶୋଭିତ-ଅ°ଜନା
ଉଜ୍ଜ୍ବଳ ଦିଶାର କିରଣ ପରି ଅପେକ୍ଷାରତ କି ତୁମେ
କେଉଁ ଚିଲିକାର ଦିଗଙ୍ଗନା ।
ବୀକଚ କୁମୁଦ ସମ ପୂର୍ଣ୍ଣ ପବିତ୍ର ତୁମେ
ପ୍ରେମର ଝରନ୍ତା ନିର୍ଝରିଣୀ
କରିବା ପାଇଁ ଭାବ ଚାହିଁଛ କି ଚାତକପରି ତୁମେ
କେଉଁ ରାଇଜର ରାଜନନ୍ଦିନୀ ।
ମଧୁର ଭାଷିନୀ ହରିଣୀଦୃଶା
ଦେଲ ଆଲୁଅ ତିମିର ନାଶି
ଧବଳା ଜୋଛନାରେ ଖସିଆସିଲ କି ତୁମେ
କେଉଁ ଗଗନର ଶଶୀ ।
ସୁର-ତାଳ-ଲୟର କଳକଣ୍ଠ କୋଇଲି ତୁମେ
ତାନେ ତାନେ ସାତ ସୁରଙ୍କ ସିତ୍କାରୀ
ଖେଳାଇବାକୁ ସଙ୍ଗୀତର ଝଙ୍କାର ବିହ୍ଵଳେ ଆସିଛ କି
ତୁମେ କେଉଁ ଅର୍ଣ୍ଣବର ଅପସରୀ ।
ସେନେହର ଝରାପୁଷ୍ପେ ଗୁନ୍ଥିଛ ଜୀବନେ ପ୍ରୀତିର ହାର
ଅପରୂପ ତୁମ ଶୋଭା-ଶିରୀ
ଦେବା ପାଇଁ ନବଜୀବନ ଫେରି ଆସିଛି କି ତୁମେ
କେଉଁ ସରଗର ପରୀ ।