STORYMIRROR

Raj Majhi

Romance

4  

Raj Majhi

Romance

ପ୍ରିୟତମା

ପ୍ରିୟତମା

1 min
317

     ସାଗର ପରି ନୀଳ         ତୁମ ଦୁଇ ନୟନ

 କାଳିସ୍ୟାହି ଠୁ ବି ଅଧିକା        କେଶ ତୁମର ଘନ ।


    ବସନ୍ତର ସମୀର ପରି         ଥିରିଥିରି ବହିଯାଅ

    ଆଖିରେ ଆଖିରେ ହିଁ          ସବୁ କହିଯାଅ।


 ଗୋଲାପର ପାଖୁଡା ପରି         ଓଠ ତୁମର ନାଲି

  ସରସୀ ନଦୀରେ ତୁମ         ହଳଦୀ ଦେହ ଦିଅ ପଖାଳି।


 ଭିଜା ଦେହେ ଜଳବିନ୍ଦୁ           ନା ପଡିଛି ଶିଶିରସ୍ନାତା

ସ୍ୱାତି ନକ୍ଷତ୍ରେ ଶାମୁକା ଗର୍ଭେ     ଝଟକି ଉଠେ ଯେପରି ମୁକ୍ତା ,,


କଥା କୁହ ପଲକ ନଉଠାଇ       ଅଳପ ହସି ଯାଅ ଲାଜେଇ

ମହମ ପରିକା ହୃଦୟ ତୁମର     କ୍ଷଣିକେ ଯାଏ ତରଳି ।


 ଅମଳିନ ଆନିନ୍ଦ୍ୟ ତୁମ          ଯୌବନ ଭରା ସୌନ୍ଦର୍ଯ୍ୟ

 ମୁଗ୍ଧ କରେ ରୂପ ତୁମର         ନେତ୍ରେ ଢାଳେ ସୁଖ ପ୍ରାଚୁର୍ଯ୍ୟ ।

                               


Rate this content
Log in

Similar oriya poem from Romance