ପ୍ରିୟତମା
ପ୍ରିୟତମା
ସାଗର ପରି ନୀଳ ତୁମ ଦୁଇ ନୟନ
କାଳିସ୍ୟାହି ଠୁ ବି ଅଧିକା କେଶ ତୁମର ଘନ ।
ବସନ୍ତର ସମୀର ପରି ଥିରିଥିରି ବହିଯାଅ
ଆଖିରେ ଆଖିରେ ହିଁ ସବୁ କହିଯାଅ।
ଗୋଲାପର ପାଖୁଡା ପରି ଓଠ ତୁମର ନାଲି
ସରସୀ ନଦୀରେ ତୁମ ହଳଦୀ ଦେହ ଦିଅ ପଖାଳି।
ଭିଜା ଦେହେ ଜଳବିନ୍ଦୁ ନା ପଡିଛି ଶିଶିରସ୍ନାତା
ସ୍ୱାତି ନକ୍ଷତ୍ରେ ଶାମୁକା ଗର୍ଭେ ଝଟକି ଉଠେ ଯେପରି ମୁକ୍ତା ,,
କଥା କୁହ ପଲକ ନଉଠାଇ ଅଳପ ହସି ଯାଅ ଲାଜେଇ
ମହମ ପରିକା ହୃଦୟ ତୁମର କ୍ଷଣିକେ ଯାଏ ତରଳି ।
ଅମଳିନ ଆନିନ୍ଦ୍ୟ ତୁମ ଯୌବନ ଭରା ସୌନ୍ଦର୍ଯ୍ୟ
ମୁଗ୍ଧ କରେ ରୂପ ତୁମର ନେତ୍ରେ ଢାଳେ ସୁଖ ପ୍ରାଚୁର୍ଯ୍ୟ ।