Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raj Majhi

3  

Raj Majhi

ଅଧରାମୃତ

ଅଧରାମୃତ

1 min
304



ମଲ୍ଲୀ ମହକରେ    କେତକୀ ସୁବାସେ

ଆମୋଦିତ ଶରତ ରଜନୀ

ଦିଗବଳୟର ଆଭାରେ    ଚାନ୍ଦିନୀ ଜ୍ୟୋସ୍ନାରେ

ପରିପ୍ଲୁତ ବୃନ୍ଦାବନ ବନାନୀ ।


ରକ୍ତିମା ଅଧରରୁ     ତୋଳନ୍ତି ଶ୍ୟାମା

ମଧୁର ବ°ଶୀର ମୂର୍ଛନାଶ

ତକଦମ୍ବର ରୋମାଞ୍ଚ    ଅପୂର୍ବ ଶିହରଣ

କାମାର୍ତ୍ତେ ଜଳନ୍ତି ଗୋପଙ୍ଗନା ।


ଆହାଃ କି ଆକର୍ଷଣମୟ   ଚିତ୍ତଲୋଭା ମନଲୋଭା

ସ୍ୱର ସେ ଅବା କନ୍ଦର୍ପଶର

ଅସ°ଯତେ,ଅନିୟନ୍ତ୍ରିତେ. ଗୋପୀଙ୍କ ଶୁଭାଗମନ

ରାସ ନୃତ୍ୟର ମାଧୁର୍ଯ୍ୟ ଅବସର ।


ନୀଳକଇଁର ଭୂରିଭୂରି ବାସ୍ନା   କୁମୁଦିନୀଙ୍କ ପାଖୁଡମେଳନା

ଗୋପୀଙ୍କ ହୃଦେ ମହୋତ୍ସବ

ମଧୁର ମୁରଲୀ ଆହ୍ବାନେ   ସ୍ନେହର୍ତ୍ତେ ଆସନ୍ତିଗୋପୀଏ

ଘେନି ପ୍ରେମ ସମ୍ଭୋଗର ଭାବ ।


ଶ୍ରୀ ଅଙ୍ଗେ ଚୁମ୍ବନ   କଳେବର ଆଲିଙ୍ଗନ

ଝରେ ପ୍ରେମର ଅଜସ୍ର ବନ୍ୟା

ଗଭାରୁ ଫୁଲ ଖସା   କଟିରୁ ପଟି ହୁଗୁଳା

ସଜ୍ଞାହୀନ ପ୍ରାୟ ଲଳନା ।


ମଧୁବନ ଶୋଭନେ    ପ୍ରିୟତମାଙ୍କ ଗହଣେ

କାହ୍ନୁ ଯେ ଭାବରେ ବିହ୍ଵଳ

କଅଁଳ କଦମ୍ବମୂଳେ   ଚାହିଁ ବସିଛି ରାଧେ

ଗଢ଼ି ପ୍ରୀତିର ଦେଉଳ ।

-------0--------



Rate this content
Log in