STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଜୀବନର ଖେଳ

ଜୀବନର ଖେଳ

1 min
147

କେବେ ଆଗକୁ ଧାଇଁ ଯିବାର ଇଚ୍ଛା

କେବେ ପଛକୁ ଝୁରିବାର ବ୍ୟଥା

କେବେ ବାଲିଘର ହାତଠାରି ଡାକେ

କେବେ ଉଜୁଡ଼ା ତାସଘରର ଚିନ୍ତା। 


କେବେ ହାତଧରି ସାଙ୍ଗ ସାଥେ ଖେଳ

କେବେ ମିଛଟାରେ ଛକାପଞ୍ଚା ଖେଳ

କେବେ ନିବିଡ଼ତାର ମହା ଅଭିସାର

କେବେ ସ୍ୱାର୍ଥର ବିରହି ଶୃଙ୍ଗାର। 


କେବେ ଶ୍ରାବଣର ନିରବ ପ୍ରତୀକ୍ଷା

କେବେ ଜଳିଯିବା ପାଇଁ ଭୀଷଣ ଆକାଂକ୍ଷା

କେବେ ନଦୀପଠାର ଶୀତଳ ନୀରବତା

କେବେ ସାଗରର କାନଫଟା ଉଦଣ୍ଡତା। 


କେବେ ଦେହ ଗୁଞ୍ଜିବାର ଚିନ୍ତା

କେବେ ଭୋକକୁ ଢ଼ୋକିଦେବାର ପ୍ରଥା

କେବେ ଅପରର ହାରିବାର ଖୁସି

କେବେ ନିଜ ଜିତିବାର ଖୁସି। 


କେବେ କୁହୁଡ଼ିରେ ହଜିଯିବାର କଥା

କେବେ ମଧ୍ୟାହ୍ନରେ ହଜିବାର ଚିନ୍ତା

କେବେ ଲାଗେ ଜୀବନଟା ସିନା ଏକ ଖେଳ

କିନ୍ତୁ ନିଜେ ଆଦରିଥିବା ଏକ ଭୀଷଣ କନ୍ଦଳ। 


Rate this content
Log in

Similar oriya poem from Abstract