STORYMIRROR

Sunita Kar

Abstract Inspirational

4  

Sunita Kar

Abstract Inspirational

ନାରୀ

ନାରୀ

1 min
185


 ନାରୀ- 

ନୁହେଁ ଖାଲି ଦୁଇଟି ବର୍ଣ୍ଣର ସମାହାର

ବିସ୍ତାରିତ ଦୃଷ୍ଟି - ଛୁଇଁଯାଏ ଚକ୍ରବାଳ

ଅପହଞ୍ଚ ଚିନ୍ତନ - ଅତଳସ୍ପର୍ଶ ଅମ୍ବୁଧିର ।


ଯୁଗେ ଯୁଗେ ପରୀକ୍ଷିତା ଧର୍ମର କଷଟି ରେ

କେବେ ପାଷାଣୀ ଅହଲ୍ଯା ତ

କେବେ ପୁଣି ଅରୁନ୍ଧତୀ ,ପାଞ୍ଚାଳୀ

ତଥାପି ସମର୍ପିତା, ଆବିର୍ଭୂତା

ଅଶେଷ ସୃଜନୀର ସ୍ବପ୍ନ ଓ ସାମର୍ଥ୍ୟ ନେଇ।


ଭୂଲି କେ ପାରିବ ରାଣୀ ଲକ୍ଷ୍ମୀବାଈ ଅବା ମଦର ଟେରେସା

ଗର୍ବିତା - ନାରୀ ଜନ୍ମରେ

ରଚିବା ଇତିହାସ ଯେହ୍ନେ ସାବିତ୍ରୀବାଈ,

କଳ୍ପନା ଚାଓଲା ଅବା ପୁଣି ପ୍ରେମ ମାଥୁର।

ଆଜିର ନାରୀ ଆମେ

କଢୁଆଳ ଆଗାମୀ ପିଢି ର ।

    


Rate this content
Log in

Similar oriya poem from Abstract