କଲମ
କଲମ
କବି ର ଭାବକୁ ,
କାଗଜେ ସାଇତି,
ବିଦ୍ରୋହକୁ କରେ ସୃଷ୍ଟି।
କେହି ନୁହେଁ,
ସେତ କଲମ ମୁନଟି।
କ୍ଷୁଦ୍ର ଅଟେ ସିନା,
ବିଶାଳ ତା'ର ଶକ୍ତି,
ତା ସାମନାରେ ସବୁ ତୁଛ।
ତା ପାଇଁ ମନରେ,
କେବେ ସତ୍ୟର ଝଡ଼,
ପୁଣି କେବେ ଅଧର୍ମର ବିନାଶ।
କଲମ ସିଏ,
ସୁପ୍ତ ମାନବକୁ,
ଜାଗ୍ରତ କରି,
ଦେଶ ପ୍ରିତି ଦିଏ ଭରି।
ଏ ଶିକ୍ଷିତ ସମାଜ,
ସବୁ ତାର ଗୋଲାମ।
କଲମ ବିନା ଚଳେନା କାମ
ତା ବିନା ସବୁ ତ ଅଦ୍ଧାର।
ନିରଳାରେ ଏଠି,
କବି ବସିଚି,
ହାତରେ ଧରିଚି କଲମ।
କଲମ ର ମୂଲ୍ୟ ବୁଝଇ ଯିଏ
କଲମ ଅଟଇ ତା ଜୀବନ।