ଅପରିଚିତ
ଅପରିଚିତ
1 min
169
ବାସ୍ତବତାଠୁ ବିମୁଖ ହୋଇ
ସ୍ୱପ୍ନ ଆଡ଼କୁ ଧାଇଁ ଚାଲୁଥିବା ଜୀବନ ମୋର
କେବେ କେବେ ଅପରିଚିତ ଚେହେରାକୁ
ଆପଣାର କରିନେବା ସ୍ୱପ୍ନ ମୋର
ଜୁଇ ପରି ଜଳୁଛି ହୃଦୟ ମୋର
ତଥାପି ଚାଲିଛି ଅନ୍ୱେଷଣ
ଅପରିଚିତ ଚେହେରା ଭିଡ଼ରେ
ନିଜକୁ ପ୍ରତି ଥର ଖୋଜି ପାଇବା ଆଶାରେ।
