STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

କଲମ

କଲମ

1 min
239

ମଣିଷ ମନର ଭାବ ଓ ଭାଷାକୁ ଉତାରି ପାରଇ ଯିଏ,

ହସ୍ତର ଚାଳନା ଅକ୍ଷରେ କଳନା ଅଟଇ କଲମ ସିଏ।

ମସିଟାରୁ ବଳି ବଳିୟାନ ସିଏ ଆନ ନାମ ତାର ମସୀ

ସେ ମସୀ ଚାଳନେ ସଂସାର ଚମକେ ପଥର ବି ଦିଏ ହସି।


ତାଳପତ୍ର ପରେ ଲିଖନୀ ମୂନରେ ଫୁଟି ଉଠିଲା ଯେ ଭାଷା

ଭାବ ସଂରକ୍ଷଣ ପ୍ରଚାର ପ୍ରସାର ପାଇଁ ଯେ ବଳିଲା ଆଶା।

ସେହି ଆଶା ନେଇ ମଣିଷ ଭାବଇ ଲେଖନୀର ନୂଆ ଓର

ଖୋଜୁ ଖୋଜୁ ସିଏ ରାସ୍ତା ପାଇଗଲା କାଗଜ କଲମ ସାର।


କଲମ ମୂନରେ ସ୍ୟାହି ଦୁଆତରେ ରଚିଲା ସେ ଅନୁବନ୍ଧ

ହଟିଲା ମନରୁ ଭାବନା ପ୍ରକାଶେ ଥିଲା ଯେତେ ପ୍ରତିବନ୍ଧ।

ଦୁଆତ ହଟିଲା କାଳି ବି ହଟିଲା ଝରକଲମ ବି ଗଲା

ବଲ ପେନ, କମ୍ପ୍ୟୁଟର, ମୋବାଇଲ ଯେ ଦିନ ଠାରୁ ଆସିଲା।


କାଗଜ ବିହୀନ ଡିଜିଟାଲ ଯୁଗ ଆଖି ଆଗେ ଜଳଜଳ

ଶବ୍ଦ ବ୍ରହ୍ମ ମୟ ଐତିହ୍ୟକୁ ଥୟ କରି ତୋଳିଛି କଲମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract