STORYMIRROR

subrat kumar jena

Abstract Others

3  

subrat kumar jena

Abstract Others

ବହି ସାଥି ଏକ ଏକା ଜୀବନର

ବହି ସାଥି ଏକ ଏକା ଜୀବନର

1 min
146

ପୃଷ୍ଠା ପରେ ପରେ ପୃଷ୍ଠା ଲେଉଟାଇଚାଲ

ମୁଁ ବଖାଣିଚାଲୁଥିବି ଆଜି କାଲି ଆଉ ଇତିହାସର

ରୋମାଂଚକାରୀ କାହାଣୀ ସବୁକୁ

ତୁମେ ବି ଶୁଣି ନିର୍ବାକ ହୋଇଯିବ ସେହି

ଜାଲିଆନାବାଗ ର ଲୋମଟାଙ୍କୁରା ଇତିହାସର ଆଇନା ଦେଖି

ଯେତେ ଯେତେ ପୃଷ୍ଠା ଖୋଲି ଚାଲିବ ଭେଟିବ ନୂଆ ଅତିଥିଙ୍କୁ

ମୁଁ ତୁମକୁ ହିଁ କହିବି ସମଗ୍ର ମାନବ ଜାତିର କଥା

ମଣିଷ ଜିବ ଜଗତ ଆଉ ବିଶ୍ୱ ବ୍ରହ୍ମାଣ୍ଡ ବିଷୟରେ

କେମିତି ଅଗ୍ରଗତି କରି ମଣିଷ ଆଜି ଦଣ୍ଡାୟମାନ ଆଜିର ସ୍ଥିତିରେ

ଅନେକ ପୃଷ୍ଠା ମୁଁ ମଣ୍ଡନ କରିଛି ନବ ରସରେ

ମୋ ପରେ କିଏ ଲେଖିଛି ଅଶ୍ରୁର ନିରବ ବାର୍ତା

କିଏ ଲହୁରେ ଲେଖିଛି ଅସଫଳ ପ୍ରେମ କାହାଣୀକୁ

କିଏ ପୁଣି ବର୍ଣ୍ଣନା କରିଛି ସଂସାରରୁ ମୁକ୍ତିର ପଥ

ପିଲାଦିନକୁ ମୁଁ ଫେରାଇ ଦିଏ ବୟସର ଅଅରାହ୍ଣରେ

ନିଶ୍ଚୟ ଟିକେ ଖୁସି ମିଳେ ମୋତେ ଥରେ ପଢି ଭାବିବସିଲେ ପଛକଥା

ମୁହିଁ କିଛି ଭାବ ବୁଝେକି ନ ବୁଝେ ହେଲେ ମୁଁ ରଙ୍ଗ ସଢ଼ ରଙ୍ଗରେ

କାଲି ପୂର୍ବଜ ମାନେ ଲେଖିଥିଲେ ମୋ ଠାରେ ବାର୍ତା

ଆଜିର ପିଢ଼ି ଲାଗି ଜୀବନ ଜିଇଁବାର କଳା କୌଶଳର

ମୁଁ ସୁଖୀର ସାଥି ମୁଁ ଦୁଖୀର ସାଥି

କାହା ଲାଗି ରଙ୍ଗ ମଖମଲି ମୋଟା ରଙ୍ଗିନୀ ପୃଷ୍ଠାର ମଲାଟ

କାହଲାଗି ସେହି ସାଧା ସିଧା ଚଳନୀୟ ମଲାଟ

ହେଲେ ସମାନ ସୁଖ ପାଆନ୍ତି ମୋତେ ପଢି

ମୋର ବି କାୟାକଳ୍ପ ବଦଳି ଚାଲିଛି ସମୟର ସାଥେ ତାଳ ଦେଇ

ମୁଁ ତାଳ ପତ୍ରରୁ ଆରମ୍ବ ହୋଇ ଆଜି ପହଂଚି ସାରିଛି

କମ୍ପୁଟରର ଇ -ବହି ରୂପରେ ଭିନ୍ନ ଏକ ରଙ୍ଗର ବର୍ଣ୍ଣାଢ଼ ପରିବେଶରେ

ସବୁ ବୟସର ବହି ପ୍ରେମୀଙ୍କ ପକେଟରେ ସଂକ୍ଷିପ୍ତ ରୂପରେ।।



Rate this content
Log in

Similar oriya poem from Abstract