ବନ୍ଧୁ ମୋର
ବନ୍ଧୁ ମୋର
ଯେତେ ଖୁସି ଯେତେ ଦୁଃଖ
ଆସିଛି ଜୀବନେ
ପରସ୍ପର ଏକ ସଙ୍ଗେ
ଠିଆ ପ୍ରତିକ୍ଷଣେ ॥
ସମୟେ ସମୟେ ଆମେ
ଯାଉଥିଲେ ରୁଷି
ସବୁ ରାଗ ଭୁଲି ପୁଣି
ଯାଉଥିଲେ ମିଶି ॥
ପରସ୍ପର ପ୍ରତି ଥିଲା
କେତେ ଯେ ଆଦର
ବନ୍ଧୁତା ଆମର ଥିଲା
ସବୁଠୁ ସୁନ୍ଦର ॥
ବିଶ୍ୱାସ ହୁଏନି ଆଜି
ସମୟ ସହିତ
ବଦଳିଯିବ ଅବସ୍ଥା
ଜଣା ନଥିଲା ତ ॥
ଏପରି ବ୍ୟସ୍ତ ରହିବା
ନିଜ ଦୁନିଆରେ
ସ୍ମୃତି ହୋଇ ରହିଯିବା
କେବଳ ମନରେ ॥
ଛାଡ, ସବୁ ତୁମ ପାଇଁ
ପ୍ରଶ୍ନ କିଛି ନାହିଁ
ବିଶ୍ୱାସ ଅଛି ହୃଦୟେ
ରଖିବି ବଞ୍ଚାଇ ॥
ପେତେବେଳେ ହୃଦୟରୁ
ତୁମକୁ ଡାକିବି
ନିଶ୍ଚୟ ତୁମକୁ ମୋର
ପାଖରେ ପାଇବି ॥
****
