କି ସୁନ୍ଦର ଏହି ମୃତ୍ୟୁ
କି ସୁନ୍ଦର ଏହି ମୃତ୍ୟୁ
କିଛ କ୍ଷଣ ମୋର ପାଶେ ବସିବାକୁ
ସମୟ ନଥିଲା କା'ର
ଆଜି କିନ୍ତୁ ଭାରି ଗହଳି ହୋଇଛି
ପାଶେ ବସିବାକୁ ମୋର ॥
ନିହାତି ଜରୁରୀ ଥିଲାବେଳେ କେହି
ବଢେଇନାହାନ୍ତି ହାତ
ଆଜି କିନ୍ତୁ ମୋତେ କାନ୍ଧେଇ ନେବାକୁ
ବହୁ ଲୋକ ଉପସ୍ଥିତ ॥
କାହାଠାରୁ କେବେ ଉପହାରଟିଏ
ପାଇନାହିଁ ଜୀବନରେ
ଆଜି କିନ୍ତୁ ଫୁଲତୋଡା ପରେ ତୋଡା
ଲଦୁଛନ୍ତି ମୋ ଉପରେ ॥
ଦୁଇ ପାଦ ସାଙ୍ଗ ହୋଇ ଚାଲିବାକୁ
ମିଳୁ ନଥିଲେ କେ ସାଥୀ
ଆଜି କିନ୍ତୁ ବହୁ ଲୋକ ଦଳ ହୋଇ
ସାଙ୍ଗରେ ମୋ ଚାଲୁଛନ୍ତି ॥
ଆଜି ମୁଁ ଜାଣିଲି ପ୍ରକୃତରେ ସତେ
ମୃତ୍ୟୁଟା କେତେ ସୁନ୍ଦର
ହେଲେ ମୁଁ ଅଭାଗା ଧାଇଁଛି ଜିିିଇଁବା
ପଛେ ହୋଇ ହରବର ॥