Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

3  

Bauribandhu Lenka

Others

ଜୀବନ

ଜୀବନ

1 min
201



କେତେ କ୍ଷଣର ଏ ଜୀବନ ?

ଆଜି ପିଲାଦିନ କାଲି ଯଉବନ

ତା ପରେ ବୃଦ୍ଧାବସ୍ଥା

ଆସିଯିବ ଶେଷଦିନ ॥


ଚାଲ ଜିଇବା ଏ ଜୀବନକୁ ହସି ହସି

ଚାଲ ଜିଇବା ଏ ଜୀବନକୁ ଖୁସି ଖୁସି

ଆଜିର ଏ ସୁନ୍ଦର ଦିବସ ଶର୍ବରୀ

କେବେ କଣ ଆଉ ଆସିବକି ଫେରି ? ॥


କାହିଁକି ଭାବିବା ସେ 

ଆସନ୍ତା କାଲିର କଥା

ଯାଇଛି ବିତି ଯେ କାଲି 

କେବେ ତ ଫେରେନା

ଆଜିର ଏହି ମୁହୂର୍ତ୍ତକୁ 

ଜୀଇଁ ହିଁ ଶିଖିବା

କାଲି କଣ ହେବ ତାହା

କେହି ବି ଜାଣେନା ॥


ଆସ କିଛି ଲେଖିଯିବା 

ଜୀବନର ପ୍ରୀତିଭରା ଗାଥା

ଆସ କିଛି କହିଯିବା 

ଜୀବନର ମିଠା ମିଠା କଥା

ଆସ କିଛି ଗଢିଯିବା 

ସମ୍ପର୍କର ସେତୁ ନୂଆ ନୂଆ

କିଏ ଜାଣେ କେତେବେଳେ 

ଉଡିଯିବ ପ୍ରାଣପକ୍ଷୀ

ଭାଙ୍ଗିଦେଇ ଜୀବନ ଫରୁଆ ॥


କଣ ବା ଆଣିଥିଲେ

କଣ ବା ନେଇକରି ଯିବା

ଆସ କିଛି ମନଖୋଲି ଲୁଟେଇବା

ଚାଲୁ ଚାଲୁ ସମସ୍ତଙ୍କ ସହ

ଜୀବନଟା କଟେଇବା ॥



Rate this content
Log in