Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sangeeta Barik

Abstract Inspirational

3  

Sangeeta Barik

Abstract Inspirational

ମୁଁ ଲେଖେ

ମୁଁ ଲେଖେ

1 min
198


  

ମୁଖେ ସିନା ପାରେନାହିଁ କହି

  ଲେଖେ କିନ୍ତୁ ଅଗଣିତ କଥା,

ଦେଇଥାଏ ପ୍ରେମର ସନ୍ଦେଶ

  ପୁଣି କେବେ ଶାନ୍ତିର ବାରତା ।

ଶିକ୍ଷା ହୁଏ ମୋ ବିନୁ ଅଧୁରା

  ଶିକ୍ଷିତଙ୍କ ପ୍ରିୟ ବସ୍ତୁ ମୁହିଁ,

ଲେଖିଦିଏ ଶୂନ୍ୟ କାଗଜରେ

  ଚିରଦିନ ସୁରକ୍ଷିତ ଥାଇ ।

କେବେ ହୁଏ ମଧୁଠୁ ମଧୁର

  କେବେ ପୁଣି ଶକ୍ତିଶାଳୀ ବୋମା,

କା ଜୀବନେ ଭରଇ ଆଲୋକ

  କାହାପାଇଁ ଭୟଙ୍କର ଅମା ।

କାହିଁ କେଉଁ ପୁରାତନ କାଳୁ

  ଲୋଡୁଛନ୍ତି ମୋର ଉପସ୍ଥିତି,

ଏ ଯାବତ ପଡୁଅଛି ଖୋଜା

  ମୋ ବିନା ଅଧୁରା ଏ ପ୍ରଗତି ।


   


Rate this content
Log in