କବି ଓ କଳ୍ପନା
କବି ଓ କଳ୍ପନା


କବି ଓ କଳ୍ପନା ସଦା ଆନମନା
ନଥାନ୍ତି କାହାର ବଶେ,
ସଦା ଧାବମାନ ମାନସ ମନ୍ଥନ
ଭାବନାରେ ମନ ରସେ ।
ପର୍ବତ ଚୁଡାରେ ପଦୁଅଁ ଫୁଟାଏ
ଗଗନେ ଭସାଏ କଇଁ,
ବିରହ ମନକୁ ମରୁଭୂମି ଲେଖେ
ନୟନୁ ଝରାଏ ନଇ ।
ପ୍ରେମିକା ଗଭାରେ ପାରିଜାତ ଦେଇ
ପ୍ରେମୀ କରେ ପ୍ରେମ ପୂଜା,
ପ୍ରିୟା ହୄଦୟକୁ ପ୍ରଣୟରେ ଜିଣି
ଉଡାଏ ବିଜୟ ଧ୍ବଜା ।
ଜଳନିଧି ବାରି ଲେଖନୀରେ ଭରି
ଲେଖେ ମନତଳ କଥା,
ଆକାଶ ଛାତିରେ ଗୋଟି ଗୋଟି ପଢେ
ଅକୁହା ଅନନ୍ତ ଗାଥା ।
ଜଳଧର ଦୂତ ଡେଇଁ ପରବତ
ନିଏ ପ୍ରିୟତମ ଚିଠି,
ମେଘ ମହ୍ଲାରର ସଂଗୀତ ରାଗରେ
ପ୍ରିୟା ପାଶେ ଦିଏ ଭେଟି ।
ତୄତୀୟ ନୟନ କରି ଉନ୍ମୋଚନ
ଭାବନାରେ ମଗ୍ନ ହୁଏ,
କଳ୍ପନା ସଜେଇ କାଗଜ ଛାତିରେ
କବି ଅମରତ୍ବ ପାଏ ।