ଶିଶୁ
ଶିଶୁ
ମୋ ଦେଶର କୋମଳ କଳିକା
ପ୍ରଭାତ ର ପହିଲି ପୁଲକ,
ହୃଦୟ ତା ମଞ୍ଜୁଳ ମନ୍ଦିର
ବହୁଦୂରେ ହିଂସା ଦ୍ୱେଷ ଶୋକ ।
ଧରଣୀ ରେ ମୃତ୍ତିକା ପିଣ୍ଡୁଳା
ପୂର୍ଣ୍ଣ ଏକ ରୂପ ନେବାପାଇଁ,
କୁମ୍ଭାର ର କରକମଳରେ
ଚେଇଁବ ସେ କରନ୍ୟାସ ପାଇ ।
ଗୁରୁଜନ ପ୍ରେରଣା ଆଶିଷେ
ଚାଲିବ ସେ ପଥ ବହୁଦୂର,
ମୁଣ୍ଡ ଟେକି ଦେଖିବ ଦୁନିଆ
ଧର୍ମ କର୍ମ ଜୀବନ ଆଧାର ।
ସମାଜ କୁ ସମର୍ପିତ ହୋଇ
ତୁଲାଇବ ନିଜର ଆସନ,
ଭବିଷ୍ୟତ ଭାଗ୍ୟ ଆକାଶରେ
ଉଡାଇବ ସଫଳ ବିମାନ ।
ଜାଳିବ ସେ ଆଲୋକବର୍ତ୍ତିକା
ତା ଆଗାମୀ ବଂଶଧର ପାଇଁ,
ପଲ୍ଲବିତ ହେବ ନବଚାରା
ଭାଗ୍ୟାକାଶେ ସୂରୁଜ ଅନାଇ ।
ବିଦ୍ୟମାନ ସୁକୋମଳ ଶିଶୁ
କାଲି ହେବ ଦେଶର ଭବିଷ୍ୟ
ଆସ ତାଙ୍କୁ ସମୃଦ୍ଧ କରିବା
ସିଞ୍ଚିଦେଇ ଅମୃତ ପୀୟୂଷ ।