Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sangeeta Barik

Classics

3  

Sangeeta Barik

Classics

ପରୀ

ପରୀ

1 min
185



ଝିଅଟିର ନାମ ପରୀ,

ସମୟକୁ ଜଗି କାମ କରିଯାଏ

ହୁଏ ନାହିଁ ତାର ଡେରି ।


ସକାଳୁ ସହଳ ଉଠେ,

ଜୀଅନ୍ତା ଦେବତା ପିତା ମାତାଙ୍କର

ପାଦ ପାଖରେ ସେ ଲୋଟେ ।


ସହଳ ସ୍ନାହାନ ସାରି,

ଠାକୁରଙ୍କ ପାଖେ ମୁଣ୍ଡିଆ ମାରି ସେ

ସୂରୁଯ ଙ୍କୁ ଦିଏ ବାରି ।


ମନ ଦେଇ ପଢେ ପାଠ,

ସବୁ ଶିକ୍ଷକଙ୍କ ପ୍ରିୟ ଛାତ୍ରୀ ସିଏ

ପଢାରେ କରେନା ମଠ ।


ଭବିଷ୍ୟତେ ବଡ ହେଲା,

ଆପଣା ଚେଷ୍ଟାରେ ବଡ ହୋଇ ସିଏ

ବଡ ଚାକିରୀଟେ କଲା ।


ସେବା କଲା ଦୁଃଖୀ ଜନ,

ଦୂର ଦୂର ଯାଏ ନାମ ତାର ଗଲା

ଗାଁର ରହିଲା ମାନ ।



Rate this content
Log in