Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Classics

4  

Sangeeta Barik

Classics

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
333



ଏ ସାରା ସଂସାର ସାମ୍ରାଜ୍ୟ ତୁମ୍ଭର

ଛୋଟ ପରଜାଟେ ମୁହିଁ,

ମୋ ଜୀବନ ପ୍ରାଣ ସବୁ ତୁମ ଦାନ

ତୁମ ବିନା ଗତି ନାହିଁ ।


ଯେବେ ଚାଲେ ପଥ ଧରିଥାଅ ହାତ

ଇସାରାରେ କୁହ କଥା,

ସୁପଥରେ ଗଲେ ସୁଖ ଦିଅ ଭଲେ

କୁପଥରେ ମିଳେ ବ୍ୟଥା ।


ହେ ବିଶ୍ବ ନିୟତି ଧରିଛ ନିକିତି

ପାପ ପୁଣ୍ୟ ଦୁଇ ପାଖ,

କର୍ମ ଅନୁସାରେ ଫଳ ପ୍ରାପ୍ତ ହୁଏ

କେବେ ଦୁଃଖ କେବେ ସୁଖ ।


ଏ ବିଶାଳ ସ୍ଥଳ ସାଗରର ଜଳ

ସବୁତ ଦେଇଛ ତୁମେ,

ତୁମରି ସତ୍ତାକୁ ଅନୁଭବେ ଯିଏ

ମାୟାରେ କେବେ ନା ଭ୍ରମେ ।


ହେ ବିଶ୍ବ ବିଧାତା ଜଗତ କରତା

ତୁମେ ଭାଗ୍ୟ ଭଗବାନ,

ସାରା ବିଶ୍ଵବାସୀ ରୁହନ୍ତୁ ଉଶ୍ବାସି

ତବ ପ୍ରେମେ ହୋଇ ମଗ୍ନ ।



Rate this content
Log in

Similar oriya poem from Classics